ସିଦ୍ଧେଶ୍ଵର ତ୍ରିପାଠୀ (ସମ୍ପାଦକ - କବିର ଘର)
କୁଣ୍ଡିଲୋ, କେରଙ୍ଗ, ଖୋରଧା, ଦୁରଭାଷ - ୮୦୧୮୬୪୬୭୦୪

ବର୍ଷାତ ଆସିଛି
ତୁମେବି ଆସିଛ
ଆକାଶରେ ଇନ୍ଦ୍ରଧନୁ
ମାଟି ଉପରେ
ମେଞ୍ଚା ମେଞ୍ଚା ସାଧବବୋହୁ
ପରିବେଶ ପୂରାପୂରି ଶୀତଳ ହେଲାଣି
କିନ୍ତୁ ମୁଁ ଏବେବି ଉତ୍ତପ୍ତ
କାରଣ ମୋ ଭିତରେ ଜଳୁଛି
ଅଶାନ୍ତିର ବହ୍ନି
କାରଣ ଏ ବର୍ଷା, ଏ ସାଧବବୋହୁ
ଆଉ ତୁମେ
କାହାକୁବି ଭରଷା ନାହିଁ
କେତେବେଳେ ଛାଡି ଚାଲିଯିବ
ଆଉ ଦେଖା ବି ଦେବନି ।