ସିମାଞ୍ଚଳ ରଣା (ମଳୟ)
ପୂଜକ, ଶ୍ରୀ ଯଜ୍ଞେଶ୍ଵର ମହାଦେବ ମନ୍ଦିର
କୂର୍ତ୍ତମଗଡ, କନ୍ଧମାଳ, ଦୁରଭାଷ- ୮୨୮୦୯୧୩୯୬୬

ଉଦରେ ଆବୋରି ଘେନିଗଲ ବାରେ
ତୁମ ଛଳନାର ମଧୁ ପୀୟୂଷ,
ଲାଗିଲା ଏମିତି ସତେକି ଯେମିତି
ତୁମ ପ୍ରେମର ଥିଲା ସେ ଆଶିଷ ।

ନଚାହିଁ ନୟନେ ପଡିଥିଲି ତୁମ ପ୍ରେମେ
ଭାବି ମିଳନର ମହାସାଗର,
ସ୍ନାହାନ ବେଳାରେ ତୁମରି କୋଳରେ
ପାଇଥିଲି ମିଠା ଜହର ।

ତୁମପାଇଁ ସାଥି ଦିନରାତି ଏଠି
ଉତ୍ତପ୍ତ ଅନଳ ସମ,
ଛାଡି ନପାରି ଆମରି ପ୍ରେମର
ସ୍ମୃତି ବିତିଥିବା ସ୍ଥାନ,
କର୍ମକୁ ଆଦରି ସ୍ମୃତି ସବୁଧରି
ପଡି ରହିଛି ମୁଁ ଦେହେ ମାରି କେତେ ଘର୍ମ ।