ଦାଶରଥି ସାହୁ
କଳମ୍ବ, ବଡସାହି, ଗଞ୍ଜାମ

ବୟସ ରେଳଗାଡି ଯାଏ ଗଡି ଗଡି
ବାଲ୍ୟ ଯୁବାବସ୍ଥା ବୃଦ୍ଧ
କାଳର କରାଳ ଗ୍ରାସରେ ବାବୁରେ
ହୋଇବୁ ଦିନେ ନିଃଶବ୍ଦ ॥
ବାଲ୍ୟକାଳେ ବିଦ୍ୟା କର ଉପାର୍ଜନ
ତୁ ଆଗାମୀ ଅମାନତ
ଯୁବାବସ୍ଥାରେ ଆବଶ୍ୟକ ଅର୍ଥ ତୁ
କରିନେ ଧନ ସଞ୍ଚିତ ॥
ବୃଦ୍ଧେ ବାଇମନ କର ଧର୍ମ କର୍ମ
ଗାଇ ସତ୍ୟ ନ୍ୟାୟ ଗୀତ
କେଜାଣେ କେତେବେଳେ କାହା ମରଣ
ହୋଇପାରେ ଉପସ୍ଥିତ ॥