କପିଳେଶ୍ୱର ରାଉତ
ଗ୍ରାମ- ଟିକର ପଡା, ଜିଲ୍ଲା- ଯାଜପୁର

ରବି ଆଗମନେ ଧରା ହେଲା କିରଣ
ରୂପେଲି ରଂଗ ତାର କଲା ବିଚରଣ ॥
ରଂଗଲା କଲା ପଲ୍ଲୀ, କ୍ଷେତ ଓ ପ୍ରାନ୍ତର
ରଶ୍ମି ତା'ର ଲାଗେ ଭାରି ମନୋହର ॥
ରତ ଥିବା ଚାଷି ଦେଖି ହେଲା ଉଲ୍ଲାସ
ରୂପାର ଅଲୋକ ଦେଖି ଭୁଲିଲା କ୍ଲେଶ ॥

ରହି ତାହାର କ୍ଷେତେ କଲା ସେ କାମ
ରଖି ନେଲା ଚିତ୍ତ ସେଠି ଦିନ ତମାମ ॥
ରବାୟା ଇଏତ ଆର ସାଲର
ରତ୍ନ ସମ ଶସ୍ଯ ଥିଲା ପ୍ରଚୁର ॥
ରଘୁଦାଦା କାକୁଡି ଯେ ସ୍ୱାଦେ ଚରମ
ରହିଥାଏ ଜଗି ସେଠି ସେ ରାତିଦିନ ॥


ରଟେ କାକ ପୁଣି ଟିଆ ଝୁଡୁଗଂ ଶୀରେ
ରଖି ଢେଲା ଲକ୍ଷ କରେ ଏକଲୟରେ ॥
ରସ୍ କିଣା ଫିଗିଂଦିଏ ସେଇ ମଚ୍ଚାକୁ
ରଟି ରଟି ଉଡିଯାଆନ୍ତି ବହୁ ଦୂରକୁ ॥
ରମଣୀ ଙ୍କ ସୁଅ ଛୁଟେ ସର ତୀରେ
ରଂଗେଇ ଦିଅନ୍ତି ନୀର ହଳଦୀ ଗାରେ ॥