ଇଂରେଜ ସରକାରଙ୍କ ଦ୍ଵାରା ପ୍ରଚଳନ କରାଯାଇଥିବା ଲବଣ ଆଇନକୁ ଭଙ୍ଗ କରିବା ନିମନ୍ତେ ମହାତ୍ମା ଗାନ୍ଧୀ ସାବରମତୀ ଆଶ୍ରମରୁ ଦାଣ୍ଡି ଅଭିମୂଖେ ୧୯୩୦ ମସିହା ମାର୍ଚ୍ଚ ମାସ ୧୨ ତାରିଖ ଦିନ ଏହି ଯାତ୍ରା ଆରମ୍ଭ କରିଥିଲେ । ଦାଣ୍ଡି ଏକ ଛୋଟ ଗାଁ ର ନାମ, ଗାନ୍ଧୀଜି ତାଙ୍କ ସହଯୋଗୀ ମାନଙ୍କ ଗହଣରେ ଦାଣ୍ଡି ଗ୍ରାମରେ ପହଞ୍ଚି, ନିଜ ହାତରେ ଲୁଣ ଆଞ୍ଜୁଳାଏ ଧରି ଲବଣ ଆଇନର ପ୍ରତିରୋଧ ନିମନ୍ତେ ସମଗ୍ର ଦେଶବାସୀଙ୍କୁ ଆହ୍ଵାନ ଦେଇଥିଲେ । ଗାନ୍ଧୀଜିଙ୍କର ଏହି ଆହ୍ଵାନରେ ହଜାର ହଜାର ଦେଶବାସୀ ଏହି ଯାତ୍ରାରେ ନିଜକୁ ସାମିଲ କରିଥିଲେ ଏବଂ ଏହିଠାରୁ ସାଧାରଣ ଆଇନ ଅମାନ୍ୟ ଆନ୍ଦୋଳନର ସୂତ୍ରପାତ ଘଟିଥିଲା ।