ଦାଶରଥି ସାହୁ
କଳମ୍ବ, ବଡସାହି, ଗଞ୍ଜାମ

ଆଶା ନିରାଶାର ଖେଳ ଏ ଜୀବନ
ଏଇ ଅଛି ଏଇ ନାଇଁ
ଦି’ଘଡି ଜୀବନ ହସ ଲୁହ ମିଶା
କେବେ ଖରା କେବେ ଛାଇ ॥

ମାଆ ଓ ମହାତ୍ମା ଏକା ତୋ ନିଜର
ଆଉ ସବୁ ଦୁଇ ଘଡି
ପିଣ୍ଡରୁ ତୋ ପ୍ରାଣ ଛାଡିଗଲେ ବନ୍ଧୁ
ମଶାଣୀରେ ଦେବେ ପୋଡି ॥


ପୁଅ ଝିଅ ତୋର ବାହୁନି କାନ୍ଦିବେ
ବାର କି ତେର ଦିବସ
ମାଈପ କାନ୍ଦିବ ବରଷେ ଛ’ମାସ
ମାଆ ତୋ ଜୀବନ ଯାକ ॥