ଫେଏସ ବୁକରେ ଯେତେ ନେଖିଲେବି
ଗଣା ହେବନେଇଁ କବି
ବହି, ପତ୍ରିକାରେ କବିତା ଛପିଲେ
ତେମେ କବିକୁଳ ରବି
ହେବାପେଇଁ ମସ୍ତ କବି
ମନରେ ଭାବିଚି ଠୁଙ୍ଗାବାଲା ପେଇଁ
ନେଖିକି ଗଦେଇ ଦେବି ।
କେହି ନକିଣନ୍ତୁ କେହି ନପଢନ୍ତୁ
ଦୋକାନ ଥାକରେ ଥୁଆ
ସମବାୟ ଋଣ ଆଣିକରି ଗୋଟେ
ଛପିବି ମୁଁ ବହି ନୂଆ
ବଡଦାଣ୍ଡେ ଯାନ୍ତୁ ଛୁଆ
କବି ହେବା ପେଇଁ ପଣ ମୁଁ କରିଛି
ବୁରା କ୍ୟା ଆଇଡିଆ ।


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା