ଆର ସାହି ଝିଅ ମାମିନା,
କଥା କଥାକେ ଡାକେ ଭାଇନା
ମୁହଁରେ ବାନ୍ଧି କପଡା,
ସ୍କୁଟିରେ ଯାଏ ଫୁସ କିନା...
ସବୁ ଟୋକାଙ୍କୁ କରି ଭ୍ରାତା,
ଭୂତେଇ ଭାତେଇ ଟାଣେ ପଇସା
ଭାବିଥିଲା ମତେ କରି ମେଣ୍ଢା,
ସୁବିଧା ଦେଖି କରିବ ଲଣ୍ଡା...
ବୁଝିଥିଲି ମୁଁ ତା’ର ସବୁଭାଷା,
ରକ୍ଷାକଲେ ସେହି ପଣ୍ଡୁ ସଖା...


ବ୍ୟଙ୍ଗକାର ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା, ଗଞ୍ଜାମ