ଇଂ ଦୀପ୍ତି ରଞ୍ଜନ ପଣ୍ଡା, ଆଇଗିଣିଆ, ଭୁବନେଶ୍ଵର
ଏଗାର ମାସର ପ୍ରଭୁ ବାସସ୍ଥାନ
ସେହି ରତ୍ନବେଦୀ ରତ୍ନସିଂହାସନ ।।୧।।
ଗମ୍ଭୀରା ଭିତରେ ଏତେଦିନ ବସି
ଜଗତଠାକୁର ନହୁଅନ୍ତି ଖୁସି ।।୨।।
ଗମ୍ଭୀରା ଭିତରେ ନିତି ଏକା ସ୍ନାନ
ଇଛା କରନ୍ତି ସେ ବୁଡା ମହାସ୍ନାନ ।।୩।।
ସ୍ନାନପୂର୍ଣ୍ଣିମାରେ ରତ୍ନବେଦୀ ଛାଡି
ସ୍ନାନବେଦୀକୁ ସେ ଯାଇଥାନ୍ତି ମାଡି ।।୪।।
ସ୍ନାନ ସରୁ ସରୁ ଆସିଥାଏ ତାପ
ବିଶ୍ରାମର ସ୍ଥାନ ଅଣସର ଖୋପ ।।୫।।
ଚଉଦ ଦିନର ଉପଚାର ପରେ
ପ୍ରଭୁଙ୍କର ଇଛା ହୁଏ ଭ୍ରମଣରେ ।।୬।।
ନନ୍ଦିଘୋଷ ଚଢି ପ୍ରଭୁ ଯାଇଥାନ୍ତି
ଆଡପ ମଣ୍ଡପେ ବିଜେ ହୋଇଥାନ୍ତି ।।୭।।
ନଅଦିନ ପାଇଁ ସ୍ୱଗୃହ ଭ୍ରମଣ
ରତ୍ନବେଦୀ ଛାଡି ଜନ୍ମବେଦୀ ଜାଣ ।।୮।।
ଆଡପ ମଣ୍ଡପେ ଥାଏ ଜନ୍ମବେଦୀ
ଫେରିଥାନ୍ତି ପ୍ରଭୁ ପରେ ରତ୍ନବେଦୀ ।।୯।।
ରତ୍ନବେଦୀ ରୁ ଜନ୍ମବେଦୀ - ଇଂ ଦୀପ୍ତି ରଞ୍ଜନ ପଣ୍ଡା
June 21, 2017
0