
ଟୁଉକୁ ମୂଷିରେ ଟୁକେଇ ମୂଷି
ଧାନ ଭରଣ ତୁ ଖାଉଥା ବସି ॥
ତୁ ଥାଆ ମୁଁ ଯାଉଛି ଋଷି
ହେଇ ଆସିଲାଣି ଆମରି ପୁଷି ॥
ତୋତେ ଦେଖି ସିଏ ହୋଇବ ଖୁସି
ଦୁଃଖ ସୁଖ ହେବ ଦୁହେଁ ଯେ ବସି ॥
ଯାଉଛି ଏବେଳେ ଯିବି ମୁଁ ଖସି
ଜୀବନ ତୋଅର ଦବରେ ନାଶି ॥
ସରିଯିବ ସବୁ ତୋ’ ବଦମାସି
ଲୁଗାପଟା ବହି ଦେଉଛୁ କାଟି ॥
ଚଞ୍ଚଳ ତୁ ଯାଆ ଗାତରେ ପଶି
ନୋହିଲେ ଖାଇବ ସେ ମାଡିବସି ॥
ସଂସାରେ ଯାହାର ବଳ ତ ବେଶୀ
ସିଏ ପରା ଦିଏ ଦୁର୍ବଳ ନାଶି ॥
ଆମଘର, ଖୋରଧା, ଓଡିଶା - ୭୫୨୦୫୫
ଦୂରଭାଷ - ୯୯୩୮୦୨୦୦୭୦
VOL.IX, ISSUE.VII, JULY-2025
Published By Banamallira Mahak