ଭାବର ଡୋରି - ସିଦ୍ଧେଶ୍ୱର ତ୍ରିପାଠୀ

0

ଧନ ସତେକି ଏମନ ତୁ ବୁଝିବୁ
ତୋର ଶିରିକ୍ଷେତ୍ର ଆଡେ ଡାକିନେବୁ
ବଡ ଦାଣ୍ଡରେ ବୁଲାଇ ଥରେ
ଦର୍ଶନ ଦେବୁ ରତ୍ନ ବେଦୀରେ
ଆନନ୍ଦ ବଜାରେ କେଡେ ଶରଧାରେ
ତୋ ଅବଢ଼ା ଅନ୍ନ ଚଖାଇବୁ
ଧନ ସତେକି ଏମନ ତୁ ବୁଝିବୁ
ତୋର ଶିରିକ୍ଷେତ୍ର ଆଡେ ଡାକିନେବୁ...॥୦॥

ଜୀବନ ବାଟ ଜଞ୍ଜାଳ ହାଟ
ସବୁଠି ଖାଲି ଭିଡ଼
ଭିଡ଼ ଭିତରେ  ସୁଖ ଦୁଃଖରେ
ଜୀବନ ନିଏ ମୋଡ଼
ଯେବେ ଛାଡ଼ିଦେବେ 
ସଭିଏଁ ମୋ ହାତ
କାହ୍ନୁରେ ମୋ ହାତ ଧରି ନେବୁ
ଧନ ସତେକି ଏମନ ତୁ ବୁଝିବୁ
ତୋର ଶିରିକ୍ଷେତ୍ର ଆଡେ ଡାକିନେବୁ....॥୧॥

ମାୟାରେ ପଡି ଯାଏ ଦଉଡି
କିଛିତ ନୁହେଁ ମୋର
ଅରଜି ଥିଲି ବିଷୟା ବିଷ
ବାଣ୍ଟିତ ନେଲେ ସୋଦର

ମୁଁ ତ ମହାପାପୀ ତୁଯେ ମହାପ୍ରଭୂ
ବଡ଼ପଣେ ମୋତେ କ୍ଷମା ଦେବୁ
ଧନ ସତେକି ଏମନ ତୁ ବୁଝିବୁ
ତୋର ଶିରିକ୍ଷେତ୍ର ଆଡେ ଡାକିବେବୁ...॥୨॥

କୁଣ୍ଡିଲୋ, କେରଙ୍ଗ, ଖୋରଧା
ଦୂରଭାଷ - ୭୦୦୮୩୧୫୦୪୦

VOL.IX,  ISSUE.IV,  APRIL-2025

Published By Banamallira Mahak

Post a Comment

0Comments
Post a Comment (0)