ଶୀର୍ଷକ : ମୋ ଉତ୍କଳ ପ୍ରଦେଶ
ବିଷୟ : ସ୍ଵତନ୍ତ୍ର ପ୍ରଦେଶ ମୋ ଉତ୍କଳ ଦେଶ,
କରିଅଛି ମୁହିଁ ତହିଁରେ ଯେ ବାସ ।
ଓଡ଼ିଆ ବୋଲି ମୁଁ ଗର୍ବ କରୁଅଛି,
ମୋ ମାତୃଭୂମିର ମୁଁ ଟେକ ରଖିଛି ।।

ମୋ ପ୍ରଦେଶ ଗଠନ ଉଣେଇଶ ଶହ ଛତିଶି,
କୃଷ୍ଣଚନ୍ଦ୍ର, ଗୋପବନ୍ଧୁ, ମଧୁବାବୁଙ୍କ ରହିଅଛି କୀର୍ତ୍ତି ।
ଓଡ୍ର, କୋଶଳ, କଳିଙ୍ଗ, ଉତ୍କଳ ,
ଓଡ଼ିଶା ପ୍ରଦେଶେ ରୂପ ତୋ ସମ୍ଭାର ।।

ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଛି ,
ସ୍ଵତନ୍ତ୍ର ଗାରିମା ବଜାଇ ରହିଛି ।
ତା ନାମର ପରା ଅନେକ ଯେ ଟେକ,
ବିଶ୍ୱରେ ହୋଇଛି ଆଜି ସେ ବିଖ୍ୟାତ ।

ଧନ ଧନ୍ୟରେ ସେ ପରିପୂର୍ଣ୍ଣl,
ଶସ୍ୟ ଶ୍ୟାମଳାରେ ସେ ସୁବୁଜିମା ।
ସ୍ଵତନ୍ତ୍ର ପ୍ରଦେଶ ମୋ ଜନ୍ମଭୂମି,
ତା ରୂପକୁ ଆଉ କେତେ ମୁଁ ଗୁଣିବି ।।

ବାର ମାସେ ତାର ତେର ପରବ,
ସେଥିରେ ଓଡ଼ିଆ କରଇ ଗର୍ବ ।
ବିଶ୍ୱରେ ପ୍ରସିଦ୍ଧ ଆମ ସଂସ୍କୃତି,
ସେଥିପାଇଁ ଆମର ରହିଛି ଖ୍ୟାତି ।

ଆମ ଆରଧ୍ୟ୍ୟ ଦେବତା ଶ୍ରୀ ଜଗନ୍ନାଥ,
ତାଙ୍କୁ ନେଇ ଆମେ ବିଶ୍ୱ ବିଖ୍ୟାତ ।
ତା ରଥଯାତ୍ରାର କେତେ ମହକ,
ସେଥିପାଇଁ ଓଡ଼ିଶାର ନାମ ରହିଛି ଟେକ ।।

ଚିର ନଃମସ୍ୟ ମୋ ଜନ୍ମଭୂମି ,
ତା ରୂପକୁ ଆଉ କେତେ ବର୍ଣ୍ଣିବି ।
ଗର୍ବରେ କହୁଛି ମୁଁ ଓଡ଼ିଆ,
ସ୍ଵତନ୍ତ୍ର ପ୍ରଦେଶ ମୋ ଭାରି ବଢ଼ିଆ ।।
ବିଭାଗ : କବିତା
ଲେଖକଙ୍କ ନାମ : ଶ୍ରୀ ସୁଦାମ ଦଳବରା
ଠିକଣା : ତୁରୁମୁ, ଭଞ୍ଜନଗର, ଗଞ୍ଜାମ ଭଞ୍ଜନଗର ଓଡ଼ିଶା India
ଫୋନ : 943-932-3942
ଇମେଲ : sudam.turumu1983@gmail.com