ଆମ ଓଡ଼ିଶାର ବଡ଼ ଗୌରବ ।
ବାର ମାସେ ଆସେ ତେର ପରବ ।
ଏହି ଗଣପର୍ବ ଆସେ ଯେମିତି  ।
ପୁରପଲ୍ଲୀ ଖୁସିରେ ହସେ ସେମିତି  ।।

ଆମ ପରବରେ କେତେଯେ ମଜା     ।
ବରଷକୁ ଥରେ ହୁଅଇ ଖୋଜା ।
ପଶ୍ଚିମ ଓଡିଶା ଝଲସି ଉଠେ  ।
ନୂଆଁଖାଇ ପର୍ବଟି ଯେମିତି ଆଟେ ।।

ନୂଆଁ ଧାନ ଯେବେ ଅମଳ ହୁଏ ।
ମା ସମଲେଶ୍ୱରୀଙ୍କୁ  ଅର୍ପଣା ଯାଏ ।
ପ୍ରଥମେ ମାଆ ପାସେ ଭୋଗ ଲଗାନ୍ତି ।
ତାପରେ ନବାନ୍ନ ସଭିଏଁ ଖାଆନ୍ତି ।।
 
ପଶ୍ଚିମ ଓଡ଼ିଶାର ଆମ ଗଣପର୍ବ  ।
ଏକାଠି ହୋଇ ସଭିଏଁ କରନ୍ତି ଗର୍ବ  ।
ନୂଆ ଜାମାପଟା ଆଜି ପିନ୍ଧନ୍ତି  ।
ଖୁସିରେ ପରବ ମନାଇ ଥାନ୍ତି  ।।

ଯିଏ ଯାଇ ଥାନ୍ତି ବାହାର ଦେଶ ।
ପର୍ବ ପାଇଁ ସିଏ ଆସନ୍ତି ପାଶ ।
କେତେ ଖୁସି ଗପ ସିଏ କରନ୍ତି ।
ପରିବାର ସହ ନୂଆଁ ଖାଆନ୍ତି ।।

ଭାଇଚାରା ଥାଏ ଆମ ପର୍ବରେ ।
ସହର ଝଲସେ ନାଚ ଗୀତରେ ।
ଡାଲଖାଇ ରସରକେଲି ଆମ କଳା ସଂସ୍କୃତି ।
ତା ପାଇଁ ଓଡ଼ିଶା ହୋଇଛି ଖ୍ୟାତି ।।

ଘରେ ଘରେ ହୁଏ କେତେ ଦରବ  ।
ଆମ ପଶ୍ଚିମ ଓଡ଼ିଶାର ଇଏ ବଡ଼ ପରବ  ।
ସହରରେ ଜମେ କେତେ ଆସର ।
ନୂଆଁଖାଇ ଭେଟଘାଟ କହି କରୁ ଜୁହାର ।।

@ ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ,
ଦୂରଭାଷ-୯୪୩୯୩୨୩୯୪୨