
ଶୀର୍ଷକ : | ବାପା |
ବିଷୟ : | ବାପା ପିଲାମାନଙ୍କର ଏକ ଅଭୟ ଆଶ୍ରୟ ଖାଇବା ପିନ୍ଧିବା ରହିବା\'ର ଏକ ନିର୍ଭର ପ୍ରତିଶ୍ରୁତି ଉପରକୁ କଠୋର ଦିଶୁଥିବା ଏକ ସେନେହୀ ମଣିଷ । ବାପା ଅଙ୍ଗୁଳି ଧରି ଚାଲି ଶିଖେଇଥିବା ଜଣେ ସଠିକ ମାର୍ଗଦର୍ଶକ ସଂସ୍କାର ସଂସ୍କୃତିକୁ ଭଲପାଉଥିବା ଜଣେ କଠୋର ଅନୁଶାସକ ପରିବାରର ମଙ୍ଗୁଆଳ ଜଣେ ଖିଆଲି ମଣିଷ । ବାପା ଦୁଃଖରେ ଆତୁର ନ ହେବା ତାଙ୍କ ଧର୍ଯ୍ୟ\'ର ନମୁନା ସୁଖରେ ବିଭୋର ନହୋଇ ସଦା ଦୄଢମନା ସୁଖଦୁଃଖକୁ ଆଦରି ନେଉଥିବା ନିଆରା ବାସ୍ତବବାଦୀ । ବାପା ପୁଅଝିଅ ଜିଦି ପୂରଣର ଆଲାଦ୍ଦୀନ୍ ଜୀନ୍ ସମୟ ସାମର୍ଥ୍ୟ ଦେଇ ଅହରହ ଖଟୁଥିବା ସଂଗ୍ରାମୀ ମଣିଷ ଆଉ ବରଣ ଠାରୁ ମରଣ ପର୍ଯ୍ୟନ୍ତ ବୋଉର ସୌଭାଗ୍ୟ ସିନ୍ଦୂର । ବାପା ହିମାଳୟ ପରି ତୁମ ବିଶାଳ ହୄଦୟ ସିନ୍ଧୁଠୁ ଗଭୀର ତୁମ ସ୍ନେହ ପାରାବାର ତୁମେ ସତ୍ୟ ତୁମେ ଶିବ ତୁମେ ନିରାକାର । |
ବିଭାଗ : | କବିତା |
ଲେଖକଙ୍କ ନାମ : | ସଲିଳ କୁମାର ସ୍ବାଇଁ, ଶିକ୍ଷକ |
ଠିକଣା : | ମଙ୍ଗଳାଯୋଡି,ଟାଙ୍ଗି, ଖୋରଧା ଓଡିଶା India |
ଫୋନ : | |
ଇମେଲ : |
0 Comments
You can write now your valuable comments here. Off-topic comments may be removed or deleted without prior notice.