
| ଶୀର୍ଷକ : | ଆସୁଛି ବସନ୍ତ |
| ବିଷୟ : | ଯାଇଛି ଯେ ଶୀତ ଆସୁଛି ବସନ୍ତ ମୃଦ ମଳୟକୁ ନେଇ। ଝାଞ୍ଜି ଖରା ଆଉ ଶୁଖିଲା ପାଗେରେ ପୃଥିବୀ ଦିଏ ତତେଇ । ଋତୁରାଜ ତୁମେ ଆସୁଅଛ ବୋଲି କେତେ ସାଜସଜା ହୁଏ । ତୁମରି ସ୍ୱାଗତେ କୋଇଲିର ଗୀତେ ତୁମ ଶୋଭାକୁ ବଢ଼ାଇ ଦିଏ । ଆମ୍ବ ବଉଳରେ ଗୁନ୍ଥା ଅଛି ହାର ତୁମକୁ ବରଣ ପାଇଁ । ଅନାଇ ରହିଛି ପ୍ରକୃତିର ରାଣୀ ଧରାକୁ ଆସ ହେ ଓହ୍ଲାଇ । ଋତୁରାଜ ତୁମେ ଆସୁଅଛି ବୋଲି ଫଗୁଣର ଫଗୁ ଅପେକ୍ଷା ତୁମରି । ଜାତି ଧର୍ମ ବର୍ଣ୍ଣ ସବୁକୁ ଭୁଲିବେ ହୋଲିର ରଙ୍ଗରେ ରଙ୍ଗୀନ ହୋଇବେ । ତୁମେ ଆସ ବୋଲି ଯୌବନ ମନ ଖାଲି ହେଉ ଥାଏ କେତେ ଉନ୍ମାଦନ । ପ୍ରେମ ପ୍ରଣୟର ସ୍ପଶ ଟିକେ ପାଇଁ ଏହି ସମୟକୁ ରହିଥାନ୍ତି ଚାହଁ । ସତରେ ଫଗୁଣ ଏ ଧରାକୁ ଆସିବ ଆନନ୍ଦ ଉଲ୍ଲାସ ଭରିଦେଇ ଯିବ । ବସନ୍ତ ମଳୟ ବହି ଯାଉଥିବ କୋଟି ଜନମନ ହରଣ କରିବ । |
| ବିଭାଗ : | କବିତା |
| ଲେଖକଙ୍କ ନାମ : | Sri sudam dalabara |
| ଠିକଣା : | Turumu Bhanjanagar Odisha India |
| ଫୋନ : | |
| ଇମେଲ : | |
