
| ଶୀର୍ଷକ : | ଆହତ ହୃଦୟ |
| ବିଷୟ : | ଉଡାଣ ଭରନ୍ତି ଶ୍ବାସରୁଦ୍ଧ ଶବ୍ଦମାନେ ହୃଦୟ କୋଠରୀକାରୁ ଯେବେ ଚିହ୍ନା ଜହ୍ନ ଜହର ଦିଏ । ଛଳଛଳ ଅଶ୍ରୁ ମାପିବାରେ ଅସଫଳ ହୁଏ ତୁମର ମୁଁ କିଏର ଅପେକ୍ଷା ଯନ୍ତ୍ରଣାର ତାଜମହଲ ତୋଳେ ତମ ଛଳନାର ନୀରବତା । ବାସ୍ନାୟିତ ରାତି କଷ୍ଟ ଅନୁଭବ କରେ ତମ ସ୍ୱସ୍ତିର ନିଃଶ୍ବାସ ମାରିବାରେ ନିର୍ଯ୍ୟାତିତ ମନ ଆଉଜି ନିଏ ଅପେକ୍ଷାମାଣ ଝର୍କା ଉପେକ୍ଷିତ ସ୍ମୃତି ଜଳିବା ଭୟରେ । ବାମନର ଆଶା ଆକାଶକୁ ଛୁଇଁବାର ନିରାଶପଣ ଆହତ ହୃଦୟର ଦିଏ ପରିଚୟ, ବିପନ୍ନ ଶବ୍ଦ ସାଙ୍ଗରେ ଓହରି ଯାଏ ଜାବୁଡି ଧରିବାକୁ ଶାଶ୍ୱତ ଆଲିଙ୍ଗନର ସ୍ବପ୍ନଦେଖୁ ଥିବା ହାତ ।। |
| ବିଭାଗ : | କବିତା |
| ଲେଖକଙ୍କ ନାମ : | କାହ୍ନୁ ଚରଣ ସାହୁ |
| ଠିକଣା : | ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି ଓଡ଼ିଶା India |
| ଫୋନ : | 824-952-0880 |
| ଇମେଲ : | kahnu447@gmail.com |
