ତୁମକୁ ଦେଖୁଛି ନିତି ମୋ ନୟନେ
ଦରୋଟି ହସରେ ପ୍ରଭୁ,
ତୁମେ ବି ଚାହିଁଛ ବେନି ନୟନରେ
ଦରୋଟି ହସରେ ପ୍ରଭୁ,
ହେ କଳାମାଧବ ବିଭୁ,
କେତେ ଦିନ ଆଉ ଏମିତି ଚାହାଁଣୀ
ଚାହିଁ ଦେଖୁଥିବ ସବୁ।
ହେ କଳାମାଧବ ବିଭୁ

ଦେଖିବି ଦେଖିବି ନୟନ ପୁରାଇ
ଆତ୍ମା ତୃପ୍ତ ହେବା ଯାଏ,
ତୁମ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରେ ଯାଇ
ଏହିକଥା ଭାବୁଥାଏ,
ସେସୁଦିନ ଗଣୁଥାଏ,
ସତେକି କାଳିଆ ମନୋବାଞ୍ଛା ପୂର୍ଣ୍ଣ
ହୋଇଯିବ ମୋର ସବୁ।
ହେ କଳାମାଧବ ବିଭୁ।
ଅଧାଗଢା ତୁମ ଦାରୁ ମୂରତୀକୁ ଚାହେଁ
ମୋ କୁଡିଆ ଘରେ,
କେତେବେଳେ ଡୋରି ଲଗାଇ ଟାଣିବ
ତୁମ ଶ୍ରୀକ୍ଷେତ୍ରକୁ ଥରେ,
ଆଶା ମୁଁ କରିଛି ବାରେ
ଦେଖିବି ଚତୁର୍ଦ୍ଧାମୂର୍ତ୍ତି ନୟନରେ
ଏହି ଦୟା କର ପ୍ରଭୁ।
ହେ କଳାମାଧବ ବିଭୁ।

ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର