ଆମର୍ ଗାଁର୍ ଉତ୍ତର୍ ଦିଗେ
ତିନ୍ ବଟିଆ ଛକେ
ବଢ଼େନି ବଢ଼େ ବୁଢ଼ା ବର୍ ଗଛ୍
ଠିଆ ହେଇଛେ ଠାଟେ ।1।
ଛିଡିଗଲାନ ଡେହି ପଖରା
ହେଇଗଲା ନ ଠୁଟା
ଯେତେ ବଖାନ୍ଲେ ନି ସରେ ତାର୍
ଯୁଆନ୍ ଦିନର୍ କଥା ।2।
ଲୁହା ଖମ୍ ଲେଖେ ପାହାର୍ ଯେତେ
ଗଛ୍ ଚାରି କୁତି ଥିଲା
ଯୁଜ୍ନେ ଉସାରୁ ଡେହି ପେସେରେଇ
ଛାଏଁରା ଦଉଥିଲା ।3।
ମଏନା, ରୂପ, ବାଦଳି ଚେରେ
ଇନେ ବାନ୍ଧିଥିଲେ ବସା
ବର୍ ଫଳ୍ ଖାଇ କରୁଥିଲେ ବୁଲି
ଯାହାର୍ ଯେନ୍ତା ଭାଷା ।4।
ବରାତ୍ ପାଟି ଭୁଆସେନ୍ ପାର୍ଟି
ଆସୁଥିଲେ ଯେତେ ଗାଁକେ
ଇଗଛ୍ ତଳେ ଠୋଲ୍ ହୋଇକରି
ଥାକ୍ ମାରୁଥିଲେ ଟିକେ ।5।
ସାତ୍ ଆଠ୍ ବଛର୍ ବଏସ୍ ମତେ
ଯେତେବେଲେ ହଉଥିଲା
ଭାଏ ଜୀଇଁତା ଦିନେ ହେତେବେଲେ
ଡାଲ୍ଖାଇ ହେଉଥିଲା ।6।
ହେ ଦିନେ ଟୁକ୍ଳେ ଉସତ୍ ହେଇ
ବଜା ଧରି ଆସୁଥିଲେ
ଡାଲ୍ଖାଇ ଗିତ୍ ଗାଇ କରି ଇ
ଗଛ୍ ତଲେ ନାଚୁଥିଲେ ।7।
ଭାବ ଦିଆନିଆ ଗୀତ୍ ଜୁରାଜୁରୀ

ନି ଥେଇଁ କାର୍ ରଗ୍ ରୋଷ୍
ସକାଲୁ ସଞ୍ଜ୍ ନାଚୁଥିଲେ ଭାବେ
ଭୁଲି କରି ଭୋକ୍ ଶୋଷ୍ ।8।
ଖରାଦିନେ ଦୁଇ ପହରେ
ମୋର୍ ପଠା ଯୁଆନ୍ ବେଳେ
ଗରମ୍ ହେଲେଁ ଘର୍ ଛାଡ଼ି ଆସି
ଶୁଇ ପଡ଼େଁ ଗଛ୍ ତଳେ ।9।
ଖରାଦିନେ ଇ ଗଛ୍ ତଳେ
ପାଏନ୍ ଛତର୍ ବସୁଥିଲା ।
ଜିଏ ଆଏଲେ ପାଏନ୍ ପିଇ କରି
ଥାକ୍ ମାରି ଯାଉଥିଲା ।10।
ସମିଆଁ ଯାଇଛେ ବଦ୍ଳି ଆଏଜ୍
ସେ ବର୍ ଗଛ୍ ଠୁଟା
ଲହ ଝରେଇ କାନ୍ଦୁଛେ କେତେ
ଶୋର୍ କରି ସବୁକଥା ।11।