ବଦଳିଯିବାକୁ
କେତେବା ସମୟ ଲାଗେ
ଆଖିର ପଲକରେ
ନିଃଶ୍ବାସେ ପବନ ଗତିରେ
ଅନେକ୍ କିଛି ବଦଳିଛି ଆଜିଯାଏ
ତାର ହିସାବ ରଖିଛି ବା କିଏ !!

ମଣିଷ ବେଳେ ବେଳେ ସେଇପଥ ବାଛିନିଏ
ଭିନ୍ନ ପଥର ପଥିକ ସାଜିବାକୁ ବାଧ୍ୟହୁଏ
ହେଉପଛେ ସେ କଣ୍ଟକିତ
ଲାଗୁପଛେ କଣ୍ଟାର ଆଘାତ
ଝରିଯାଉ ପଛେ ଯେତେ ରକ୍ତ
ପୋଛିବାକୁ ଜୁଟାଏ ସାହସ
ପିଇବାକୁ ଚାହେଁ ସିଏ ଲୁହ
ଅବଶିଷ୍ଟ ଯେତେ ତା ଆୟୁଷ ।।

ସମାଜର ଆଖି ଚାହୁଁଥାଏ କଟମଟ
ଦେଉଥାଏ ସମୟଟା କେବେ କେବେ ଛାଟ
ଆଉକେହି ଅପେକ୍ଷାରେ ଥାଏ
ଦେଖିବାକୁ ଜୀବନର ନାଟ
ହେଲେ ସେଇ ଗୋଟେ ଆଖି
ଦେଖୁଥାଏ ଠିକ୍
କେହି ପାରେନି ଠକି
ସେ ଥାଏ ଆରମ୍ଭରୁ ଶେଷଯାଏ ସାକ୍ଷୀ
କିଏବା ପାରିବ ତାକୁ ଫାଙ୍କି ।।


ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି, କେନ୍ଦୁଝର ।