ପରକୀୟା ପ୍ରୀତି - କିରଣ ମନୀଷା ମହାନ୍ତି

0
ବିଶ୍ୱାସର ବହଳ ଅନ୍ଧାକାର ଚିରି
ଉଛୁଳି ଆସେ କେବେ କେଉଁଠି
ପରକୀୟା ପ୍ରିତୀ ,

ଆଶାକୁ ଚରିତାର୍ଥ କରି
ଉଦ୍ଧତ ବୟସର ତୃଷ୍ଣା 
ତା ଜଠରୁ ଜନ୍ମ ନିଏ ପ୍ରେମ
ପ୍ରେମିକା ଓଠରେ
ପୋଷେ ପ୍ରୀତି ପକ୍ଷୀ
ବେଫିକର ସେ ଉଡେ।

ଲୁଚି ପାରେନି ବିବେକ
ଓଗାଳି ପାରେନି ପଥ
ବିରହର ଅସହ୍ୟ ଯନ୍ତ୍ରଣା
ପରକୀୟା ନିଆଁ
କେହି ବଳିପଡେ
ମାନବିକତାର ଫର୍ଦ୍ଦରେ

ବିଶ୍ୱାସଘାତକର କଳା ଛାଇ
ପରକୀୟା ପାଷାଣ ଛାତି

ରେଞ୍ଚ, ଡେଲାଙ୍ଗ, ପୁରୀ

Post a Comment

0Comments
Post a Comment (0)