
ତୁମ ବିନା ମୁଁ ଅଧୁରା,
ତୁମର ମୋହର ନିବିଡ଼ ବନ୍ଧନ
ସଂସାର ଜାଣିଛି ପରା ।
ପରୀ ସାଜିଥିଲି ତୁମ ପାଇଁ ସିନା
ଏ ରୂପରେ କି ଯେ ଲାଭ,
ଦୂରେ ଚାଲିଗଲେ ନିନ୍ଦା ମୁଁ ପାଇବି
ଲାଗିବିନି କେଉଁ ଶୁଭେ ।
ଫେରିଆସ ମୋର ଆହେ ପ୍ରାଣନାଥ
ସଂସାର ଗଢ଼ିବା ମିଶି,
ଏକାଠି ରହିଲେ ଜୀବନ କାଟିବା
ମନରେ ଆସିବ ଖୁସି ।
ଏ କେଉଁ ରୂପରେ ଯାଉଛ କୁଆଡେ
ସାଥେ ମୋତେ ନେଇ ଯା ଅ,
ସଙ୍ଗରେ ଚାଲିବି ସାଥିରେ ରହିବି
ଯଦି ମୋତେ ଭଲ ପାଅ ।
ସାତ ଜନମର ସାଥି ହେବା ପାଇଁ
ଦେଇଥିଲ ମୋତେ କଥା,
ଆଜି କାହିଁ ପାଇଁ ଏତେ ଦୂରେ ଗଲ
ହୃଦୟେ ଭରି ଲ ବ୍ୟଥା ।
ସନ୍ଧ୍ୟାରାଣୀ ଦାଶ, ସହକାରୀ ଶିକ୍ଷୟିତ୍ରୀ
ଜଗତସିଂହପୁର
0 Comments
You can write now your valuable comments here. Off-topic comments may be removed or deleted without prior notice.