ବିଜେ କର ଶ୍ୟାମ ମୋ ପୁରେ
                ବି. ନିରୁପମା

ବିଜେ କର ଶ୍ୟାମ ମୋ ପୁରେ ,
ମୋ ନାମ ଡାକନା ଆଉ 
            ମୁରଲୀ ସୁରେ ।(ଘୋଷା)
ବିଜେ କର ଶ୍ୟାମ ମୋ ପୁରେ...      

ବାରଣ ହୋଇଛି ମୋତେ ,
        ଯମୁନା ଯିବା ନିମନ୍ତେ ।
ସୁଦୟା ବହିକି ଚିତ୍ତେ
         ରୁହନା ଦୂରେ ।(୧)
ବିଜେ କର ଶ୍ୟାମ ମୋ ପୁରେ...

ତୁମଲାଗି ମଲ୍ଲୀ ତୋଳି ,
          ଗୁନ୍ଥିଛି ଗଜରା ମାଳି ।
ଅଗୁରୁ ,ଚନ୍ଦନ ବୋଳି-
          ଦେବି ଅଙ୍ଗରେ ।(୨)
ବିଜେ କର ଶ୍ୟାମ ମୋ ପୁରେ...

ପାଇ ତବ ଦରଶନ ,
        ଧନ୍ୟ ହେବ ତନୁ ମନ ।
ତୁମ ସେବାରେ ପ୍ରସନ୍ନ
        ହେବି ଅଚିରେ ।(୩)
ବିଜେ କର ଶ୍ୟାମ ମୋ ପୁରେ...

ମୋ ନାମ ଡାକନା ଆଉ
           ମୁରଲୀ ସୁରେ ।
ବିଜେ କର ଶ୍ୟାମ ମୋ ପୁରେ...

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।