
ବାତ୍ସଲ୍ୟ ପୀରତି ପରେ କରି ମତି
କୋଳରେ କୁଳ ନନ୍ଦନ
ଅଳି ଅର୍ଦଳି ତୋର ଯେତେ ଗାଳି
ମୋ ପାଇଁ ତାହା ଚନ୍ଦନ ାା
ନିରିମାଖି ମୁଖ ଦେଖି ଲଭେ ସୁଖ
ଇଏ କି ସନ୍ତାନ ମୋହ
କାଖେଇ ଧରେ ଆନନ୍ଦ ଭରେ ତୋ
କଅଁଳ ବାଳୁତ ଦେହ ାା
ହ୍ରୁଦରେ ହ୍ରୁଦୟ ମିଶିଯାଏ ପୁଣି
ମଥାରେ ମିଶଇ ମଥା
କୁହଇ ଶଂଖାଳି ବଡ ହୋଇ ତୁହି
ବୁଝିବୁ କି ମୋର ବ୍ୟଥା ାା
ମାଆର ମରମ ଦହିଲେ ସତେକି
ତୋର ମରମକୁ ହେବ ବାଧା
ଅବା ସରମରେ କା ଆଗେ ନକହି
ଶୁଣିବି ତୋ କଡା କଥା ାା
ଆଗତ ଦିନର ହିସାବ ନିକାଶ
ଜନନୀ କି ପାରେ କରି
ଶିଶୁର ବିକାଶେ ତନ ମନ ଧନ
ଜୀବନ କୁ ଦିଏ ସାରି ାା
ଅଧ୍ୟାପିକା ସସ୍ମିତା ମିଶ୍ର
ମହାନଦୀବିହାର ମହିଳା ମହାବିଦ୍ୟାଳୟ କଟକ
ଦୂରଭାଷ ୯୦୭୮୫୭୯୬୧୨
ପ୍ରତିଯୋଗିତା ନିମନ୍ତେ କବିତାଟି
