
ମଉଳି ଯାଇଛି କବରୀ କୁଷୁମ
ଉଜୁଡ଼ି ଯାଇଛି ମୋହ,
ସାଉଁଟିବା ଧାରା ଶ୍ରାବଣ ବାରୀ'ରୁ
ସଜଡ଼ା ମନର ସ୍ନେହ. ୦.
ଅଦେହୀ ବସନ୍ତ ଦାଉ ସାଜିଥାଏ
ଦେଖାଇ ଫଗୁଣ ସାଥୀ,
ଲୋରି ଗାଉଥାଏ ହୃଦୟ ସ୍ପନ୍ଦନେ
ସ୍ମୃତି ଭିଜା ଜହ୍ନରାତି. ୧.
ବିତି ଯାଉଥିବା ସଞ୍ଜ ସକାଳର
ସୂରୁଜ ମୁହଁକୁ ଚାହିଁ,
ଝୁରିବାକୁ ହୁଏ ଆଗାମୀ କାଲିକୁ
ଅଭିମତ ଟିକେ ପାଇଁ. ୨.
ପଥ ପ୍ରାନ୍ତରର ପଥିକ କି କହେ
ବାକି ଅଛି କେତେ ଦୂର,
ଅଭିସାର ତୁଚ୍ଛ ବାକି ଅଭିଳାଷ
କାହିଁ ଅଭିସାରିକାର. ୩.
