ପ୍ରେମ ଅଟେ ସତ୍ୟ ଶାଶ୍ଵତ ସୁନ୍ଦର
ଚିରନ୍ତନ ବଇଭବ
ଆସକ୍ତି ରହିତ ଦିବ୍ୟତାରେ ଭରା
ନୈସର୍ଗିକ ଅନୁଭବ ୲୲

ହୀନ ସ୍ଵାର୍ଥ ଭାବ ଛୁଏଁ ନାହିଁ ତା'ରେ
ବନ୍ଧା ନୁହେଁ ଅହଂକାରେ
ସୀମାହୀନ ବ୍ୟାପ୍ତି ପରିବ୍ଯାପ୍ତି ତା'ର
ଅନିତ୍ୟ ଏହି ସଂସାରେ ୲୲

ଅଗ୍ରସର କରେ ସଦା ଲକ୍ଷ ପଥେ
ଦେଇ ମାଧୁର୍ଯ୍ୟର ସ୍ପର୍ଶ
ହୃଦୟକୁ ବାନ୍ଧେ ହୃଦୟ ସାଥିରେ
ଢ଼ାଳି ତା' ଦିବ୍ୟ ଆଶ୍ଳେଷ ୲୲

ହେଉ ମାନବୀୟ ଅବା ଐଶ୍ଵରୀୟ
ପ୍ରେମ ସଦା ମଧୁମୟ
ନିଃସର୍ତ୍ତରେ ଆତ୍ମା ସମର୍ପି ପାରିଲେ
ଜୀବନଟା ପ୍ରେମମୟ ୲୲

ରାଧା କୃଷ୍ଣଙ୍କର ଅମର କାହାଣୀ
ସାକ୍ଷୀ ଅଛି କାଳେକାଳେ
ଶୁଦ୍ଧ ଅନୁପମ ଅନୁଭବଟିଏ
ଜୀବନ ଯମୁନା କୂଳେ ୲୲

ପାଖେ ପାଖେ ସଦା ଅଛି ସେ ଆମର
ଆବେଗର ଅନ୍ତରାଳେ
ଅଣନିଶ୍ଵାସୀ ସେ ହୋଇଯାଏ ଆଜି
କ୍ରୁରତା ଖୋଳପା ତଳେ ୲୲

କାମନା ବାସନା ଇନ୍ଦ୍ରିୟ ସୁଖର
ବହୁ ଉର୍ଦ୍ଧେ ପ୍ରେମ ସଂଜ୍ଞା
ଦିବ୍ୟ ଭାବ ନେଇ ବୁଝିଛେ କି କେବେ
ହୋଇଛେ କି ତା'ର ଯୋଗ୍ୟା ??


ରଚନା : ସଂଯୁକ୍ତା ରାଉତ

ଠିକଣା : ଜୟପୁର , କୋରାପୁଟ,   ଦୂରଭାଷ :