
ମନ ଗୋଟେ ବିଶ୍ୱାସ ଘାତକ ଉଡା ଚଢେଇ
ମନ କୁ ମାନି ଚଳିଲେ
ଜୀବନ ତୋ ଯିବ ବାବୁ ହଡବଡେଇ ।।
ମର୍ତ୍ତ୍ୟ ମଣ୍ଡଳ ରେ ଧନ ମଣିଷଜନ୍ମ
ବାରମ୍ବାର ଏହି ଜନ୍ମ ନାହିଁ ରେ ଧନ
ପୁନର୍ବାର ଜନ୍ମ କାହିଁ
ଶୁଣିଛୁ କି କହତୁହି, ନାହିଁ ରେ ନାହିଁ
ମନ ଗୋଟେ ବିଶ୍ଵାସ ଘାତକ ଉଡା ଚଢେଇ ।।
ସାଧନା ରତ ରହି ଯୁଗଯୁଗାନ୍ତର
ସୁଖମୟ ସଂସାର କୁ କରୁଛୁ ଯୁର
କିଛିବି ପାଇବୁ ନାହିଁ
ନର ଜନ୍ମ ନିରର୍ଥକ ଯିବରେ ହୋଇ
ମନ ଗୋଟେ ବିଶ୍ଵାସ ଘାତକ ଉଡା ଚଢେଇ ।।
ଇନ୍ଦ୍ରିୟ ସୁଖ ବିନା ନାହିଁ ଅନ୍ୟ ସୁଖ
ଅନିତ୍ୟ ଘୋର ସଂସାରେ ଏତ ବାସ୍ତବ
ଉପଭୋଗ କର ଭାଇ
ତୃପ୍ତ କର ତୋ ଜୀବନ ହୃଦୟକୁ ତୁହି
ମନ ଗୋଟେ ବିଶ୍ଵାସ ଘାତକ ଉଡା ଚଢେଇ ।।
ମନ ବିରୁଦ୍ଧରେ ବାବୁ କର ସଂଗ୍ରାମ
ସାଂଘାତିକ ତୋର ଶତ୍ରୁ ତୋର ଏ ମନ
ତା ଠାରୁ ରୁହ ଦୂରେଇ
ଆତ୍ମଚିନ୍ତନ କର ସୁଖ ସୈାଭାଗ୍ୟ ପାଇଁ
ମନ ଗୋଟେ ବିଶ୍ଵାସ ଘାତକ ଉଡା ଚଢେଇ ।।କା
ମନର ମନୁଆ କଥା ନଶୁଣ ଧନ
ଶୁଣିଲେ ହା ହୁତାଶ ହେବ ରେ ଜୀବନ
ଅଶାନ୍ତି ସୃଷ୍ଟି କରଇ
ତେଣୁ, ମନକୁ ରଖ ବାବୁ ପୋଷା ମନାଇଁ
ମନ ଗୋଟେ ବିଶ୍ଵାସ ଘାତକ ଉଡା ଚଢେଇ ।।