ତୁମେ ମୋର ପ୍ରେମ , ତୁମେ ମୋ ପ୍ରଣୟ
ତୁମେ ମୋର ବାସ୍ତବତା
ତୁମ ଉପସ୍ଥିତି ମନେ ଭରେ ପ୍ରୀତି
ସୃଷ୍ଟି କରେ ନୀରବତା l
ବିନିଦ୍ର ରଜନୀ ପାହି ଯାଏ ମୋର
ଭାବି ଭାବି ତୁମ କଥା
ତୁମର ସେ ସ୍ପର୍ଶ ଶିହରlଇ ଦିଏ
ମନେ ଖେଳେ ମିଠା ବ୍ୟଥା l
ଖୋଜେ ମୁଁ ତୁମକୁ ପ୍ରତି ମୁହୂର୍ତ୍ତରେ
ଖୋଜୁଥିବି ଥିବା ଯାଏ
ସତରେ କହୁଛି ହୃଦୟ ଦେଇକି
ମୁଁ ତୁମକୁ ଭଲ ପାଏ l


ରଚନା : ଶାନ୍ତି ମିଶ୍ର

ଠିକଣା : ଭୁବନେଶ୍ୱର,   ଦୂରଭାଷ :