କେବେ ଜୀବନର ଝଡ
କେବେ ଅବଶୋଷ ଅନ୍ତର୍ଦ୍ଦାହ
ପ୍ରତି ମୁହୂର୍ତ୍ତରେ
ପଡିଯିବାର ଭୟ
ଆଗକୁ ଚାଲିବାର ପଥ
ହୋଇଯାଏ ଅବରୁଦ୍ଧ ।
ତଥାପି
ଚାଲିବାକୁ ହୁଏ
ଏ ଅନିଶ୍ଚିତ ପଥ
କିଏ ପଛରୁ ଭିଡେ
କିଏ ଅଟ୍ଟହାସ୍ୟ କରେ
ମୋ ସ୍ଥିତପ୍ରଜ୍ଞତା
ମୋତେ ଜଳ ଜଳ ଚାହେଁ ।
କିଏ ମୋତେ
ବୁଝୁକି ନବୁଝୁ
ମୋ କଥା
ଭାବୁ କି ନଭାବୁ
ନିଜେ ନିଜକୁ ବୁଝାଉଥାଏ
କେବେ ଲୁହରେ
ଅବା ଲହୁରେ
ମୋ ଠାରୁ କିଏ ମୋତେ
ଅଧିକ ବା ବୁଝିପାରେ ??
ସେଇଥିପାଇଁ ତ
ମୁଁ ହଜିବାକୁ ଚାହେଁନା
ଆଶା ପ୍ରତ୍ଯାଶାର
ଲୁଚକାଳି ଖେଳରେ,
ମୁଁ ବନ୍ଦୀ ହେବାକୁ ଭଲପାଏ
ମୋ ନିଜସ୍ବ
ପରିଧି ଭିତରେ ।।


ରଚନା : ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ))

ଠିକଣା : ଓରାଳି, ହାଟଡିହି, କେନ୍ଦୁଝର । ଦୂରଭାଷ : 9438191850