ଜଗତର ନାଥ ବୋଲିବାରୁ ତୋତେ
ମନ କଲୁ ମୋଟ ନ ଶୁଣି ଆରତ
ଠେଲିଦେଲୁ ମହାଗର୍ତ୍ତେ ॥୦॥

ମିଛେ ଗଢ଼ିଅଛୁ ସଂସାର
କେହି ନୁହେଁ ଏଠି କାହାର ।
ସେହି ଜଗତର କରତା ହୋଇ ତୁ
ଭଲ ବା ହେବୁ କେମନ୍ତ ॥୧॥

ଦୁନିଆର ଜଞ୍ଜାଳ ଦେଖି
ମୁହଁ ଯା'ର ଯାଇଛି ଶୁଖି ।
ତୋ ଦୁଆରୁ ସେହି ଫେରେ ଖାଲି ହାତେ
ସତେ କି ଦିଶୁନି ତୋତେ ॥୨॥

ଛାଡ଼େ ଯିଏ ସଂସାର ମାୟା
ଦେଉ କି ବା ତୋ ଭୁଜଛାୟା ।
ଚାରି ଦଉଡ଼ିକୁ ଯେ କାଟିସାରିଛି
(ଆଉ) ପକାଇବୁ କି ସଙ୍କଟେ ॥୩॥

ଯିଏ ତତେ କରଇ ଆଶ
କରୁ ତା'ର ତୁ ସର୍ବନାଶ ।
ତୋ'ଠାରେ ଯେ ଅଛି ଦୀନଜନ ଦୟା
କେମିତି ଯିବି ପରତେ ॥୪॥

~*~*~*~*~*~*~*~*~
ଗୀତିକାର - ଶ୍ରୀ ରଙ୍ଗନାଥ ରଥ
ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର
~*~*~*~*~*~*~*~*~


ରଚନା : ଶ୍ରୀ ରଙ୍ଗନାଥ ରଥ

ଠିକଣା : ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର,  ଦୂରଭାଷ : 88478 48858