ମୁଁ ଜଣେ କଳଙ୍କ ଅଧ୍ୟାୟର ନାୟକ ,
ସ୍ତବ୍ଧ ପାହାଡ଼ରେ ଖୋଜି ବୁଲେ ହୃଦ୍ ସ୍ପନ୍ଦନ ,
ନିର୍ଜନ ପଥେ ପଚାରିବାକୁ ପ୍ରଶ୍ନ ......
କାହିଁକି......... ?????
ଧାବମାନ ମୋ' ଚଞ୍ଚଳ ମସ୍ତିଷ୍କ......
ସତରେ ମିଳିବ ମୋ' ଉତ୍ତର !!
ଆଉ, .............
ତର୍କ ବିତର୍କ ନିର୍ଯ୍ଯାସର ଶେଷ ମନ୍ଥନ ;
ତର୍ଜମା ଶବ୍ଦରେ ଦୋଳାୟିତ, ଲାଳାୟିତ ହେଉ କାହିଁକି ..... ????
ଉତ୍ତର ଖୋଜୁ ଖୋଜୁ କିଏ ? ଶୁଣେଇଦେଲେ !
ଅପହଞ୍ଚ ପଥର ରୋଦନ ,
ଶେଷ ନିର୍ଯ୍ଯାସିତ,
ବୃଥା ଆଶା ବିକୃତ ମନ୍ଥନ .........
ଆସନର ପରିବ୍ୟାପ୍ତ ନାହିଁ
ବ୍ଯକ୍ତି ଅନେକ .....
ଖାଁ ଖାଁ ଲାଗୁଛି ଚିତ୍ରଚିତ୍ରିତ ଚତୁଃପାର୍ଶ୍ବ........
ମଲାଟ ଉପରେ ଜଣେ ନିର୍ଭୀକ ବ୍ୟକ୍ତି
ଅଟହାସ୍ଯ କରେ କାହିଁକି ???
ଜନସମାଜର ନିଷ୍ପାପ ଜୀବନ
ହସି କହୁଛି ଏଠି ଗୁଣ୍ଡାଗର୍ଦିର ପରିଚୟ
ଶେଷ ନିର୍ଯ୍ଯାସ ନିର୍ଭୀକ ବିବେକ
ସମୀକ୍ଷା ରଥର ଅଟଳ ସାରଥି
ହଁ ...... ହଁ .....ମୁଁ
ସମୀକ୍ଷା ରଥର ଅଟଳ ସାରଥି !!


ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଆସିକା, ଗଞ୍ଜାମ,   ଦୂରଭାଷ : 9566876504