ବାଣୀପୁତ୍ର ବୋଲି କିଏସେ କହୁଛି
ସଂସ୍କୃତରେ କରି ଆଡ଼ା,
ସାହିତ୍ୟର ପୁଣି ଦରବାରେ କିଏ
ସୂର୍ଯ୍ୟ ବୋଲି କହେ ଥୋଡ଼ା !

କବି ଭାରତୀକୁ କିଏ ବୋଲେ ଏଠି
ଲେଖା ଶବଦରେ ତ୍ରୁଟି,
ଉପାଧିର କେତେ କିଣା ବିକା ଚାଲେ
ଗଧ ବୋଲେ ବୁଧ ପାଟି !

ସାହିତ୍ୟର ଚାଷ ଜଣାନାହିଁ ଭଲେ
ପ୍ରଚାରକୁ ମନ ଏକା,
କିଏ କହେ ମୋର ଲେଖା ପଢ଼ିଦେଲେ
ବୁଢ଼ା ହୋଇଯିବ ଟୋକା !

ରାଜା ଶାସନରେ ମର୍ଯ୍ୟାଦାକୁ ଥିଲା
ଉପାଧିର ତାମ୍ରପତ୍ର,
ଆଜିକାଲି ପରା ରଙ୍ଗିନ୍ କାଗଜ
ମାନପତ୍ର ଛିନ୍ନଛତ୍ର !

ମଲାବେଳେ ବୋଧେ ଆଗେ ମାନପତ୍ର
ଚିତା ନିଆଁ ଯିବେ ଜଳି,
ନିର୍ଲଜ ନିର୍ଲଜୀ ତାମସାକୁ ଦେଖି
ମୁହଁ ହସ ଉଠେ ଝଳି !

ଅଣପୁରୁଷାଙ୍କ ସାହିତ୍ୟ ପ୍ରସବ
ଯାଦୁ ହେଲା ଭଳି କାମ,
ସଭ୍ୟ କିଏ ଥାଇ ନିଜ ଅନୁଷ୍ଠାନେ
ପୁରସ୍କାର ଘୋଷା ନାମ !

******************************
ତା.୨୭-୧୨-୨୦୧୯, ରାତ୍ର-୧୨ଘ.୧୦ମି.
******************************


ରଚନା : ତାରାପ୍ରସାଦ ଜେନା

ଠିକଣା : ରଣପୁର, ନୟାଗଡ଼,  ଦୂରଭାଷ : 9348054300