କବିତା - ତୁମ କଥା ମୋ କଥା - ରୀତା ଅପରlଜିତା ମହାନ୍ତି

0
ମୋ ବିନା କିଛି ଭଲ ଲାଗୁନି କହିଥିଲ
ଦିନେ କଥା ନହେଲେ ଦିନ କଟୁ ନଥିଲା
କହୁଥିଲ।
ଜାଣେ ସେ ସବୁ ମିଛ ଥିଲା
କଥା ତ ଖାଲି କଥା ଥିଲା ଭୀଷ୍ମ ଙ୍କ ଅଖଣ୍ଡ ପ୍ରତିଜ୍ଞା ନଥିଲା ........।
ଯାହା କେବେ ଭୁଲି ହେବନି
ଋତୁ ବଦଳିଗଲା ତୁମେ ଗଲ ବଦଳି
ଏବେ ଆଉ ଭଲ ଲାଗୁନି ମୋ କଥା
ମୋ ମନର ଠିକଣା ତୁମେ ଗଲାଣି ଭୁଲି
ତୁମକୁ ମିଳିଛି ନୂଆ କୃଷ୍ଣଚୂଡ଼ା ଫୁଲ
ତୁମେ କାହିଁକି ଭାବିବ ମୋ କଥା
ହେଲେ ମୋର ତ ଖାଲି ମନେପଡେ
ସେ ପ୍ରୀତିଭରା କଥା
ସେ ମଧୁଝରା କଥା
ଜାଣେ ତୁମ କଥା ଦଲକାଏ ପବନ ପରି ଥିଲା
ହେଲେ ମୁଁ ତ କାନି ରେ ଗଣ୍ଠି ପକେଇ ରଖିଛି
ଯେତେ ଚାହିଁଲେ ବି ଭୁଲିହେଉନି ସେ କଥା
ମୋ ମନରୁ ଜମା ଯାଉନି
ତୁମ କଥା ମୋ କଥା
ସବୁବେଳେ ମୋ ଆଗକୁ ବଢିଥିବା ପାଦ କୁ
କିଏ ଯେମିତି ପଛରୁ ଟାଣି ଧରୁଛି।


ରଚନା : ରୀତା ଅପରlଜିତା ମହାନ୍ତି

ଠିକଣା : ପ୍ଲଟ ନ -୮୩( ସି) ଭୁବନେଶ୍ୱର -୨୧ ଦୂରଭାଷ :

Post a Comment

0Comments
Post a Comment (0)