ଅଜାଡି ଦେଇଛି
ମୋ ମନର ଅସରନ୍ତି କୋହ
ଦେଖିଛି ମୁଁ ମୁକ୍ତିପଥ
ସବୁକୁ ଲଂଘନ କରି
ଏ ସଂସାରର
ମାୟା, ଭ୍ରାନ୍ତି, ମୋହ
ସେଠି ପୁଣି ଭରିଛି ବିଶ୍ବାସ ।
ଚିତ୍ର ବି ନୁହେଁ ସିଏ
ନୁହେଁ ବି ପଥର
ସେ ତ ଅନ୍ତରର ପ୍ରିୟ,
ତାକୁ ମୁଁ ଦେଇଛି ରୂପ
ରୂପକାର ହୋଇ ସତ
ହେଲେ ସେ ଭିତରେ
ଭରିଛି ଜୀବନ ମୁଁ
ଦେଇ ଜୀବନ୍ୟାସ ।
ଯାହା ବି
ପାଇଛି ଯେତେବେଳେ
ଶ୍ରଦ୍ଧାରେ ଦେଇଛି ଅଜାଡି
ତାକୁ ଦେଲେ
ମନ ଭରେ
ପୁତ୍ରର ତୋଷରେ ଯେହ୍ନେ
ମା'ର ସନ୍ତୋଷ ।
ତା ବିନା
ଏ ଦୁନିଆରେ
କିଏ ବା ନିଜର
ସିଏ ଦେଲେ ପର କରି
ମୁଁ ନୁହେଁ ମୋହର,
ସେତିକି ବୁଝିଚି ବୋଲି
ତାକୁ ପରା
କରିଛି ମୁଁ ଆଶ ।
0 Comments
You can write now your valuable comments here. Off-topic comments may be removed or deleted without prior notice.