
ସଞ୍ଜ ନଇଁ ଗଲେ ପକ୍ଷୀ ଫେରେ ନୀଡେ଼
ମୁଁ ଫେରେ ମଧୁ ଶାଳା,
ଭରା ପିଆଲାରେ ତୁମ ପ୍ରତିବିମ୍ବ
କରି ଦିଏ ମତୁଆଲା ।।
ରାତ୍ରିର କବରୀ ଫିଟି ଗଲା ପରେ
ସପନ ଅନେକ ଜାଗେ,
ମନ ଅର୍ଗଳିର ଅନ୍ଧାରୀ ମୁଲକ
ତୁମରି ଠିକଣା ମାଗେ ।।
ଠିକଣା ଟା ଖୋଜୁ ଖୋଜୁ ପାହି ଯାଏ
ନିଶୀର ଶେଷ ପ୍ରହର,
ଉଜୁଡ଼ା ସପନ ସଜଡ଼ା ସ୍ମୃତି ର
ହୋଇ ଯାଏ ଗନ୍ତାଘର ।
# ପ୍ରଦୀପ କୁମାର ପ୍ରଧାନ #
ଅଧ୍ୟାପକ, ଇଂରେଜୀ ବିଭାଗ
ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର