ରତ୍ନବେଦିପରେ ଚାହିଁଦେଲେ ଥରେ
ଆଖି ରହିଯାଏ ଲାଖି
କାଳିଆ ହାତୀ ସେ କି ସୁନ୍ଦର ଦିଶେ
ସଖା ତୁମେ ଦେଖିଛ କି ? (୦)

ଷାଠିଏ ପଉଟି ଖାଇ ହାଇମାରି
ଖୁଦଭଜାରେ ତା' ମନ
ଦାସିଆ ନଡ଼ିଆ ଆହା କି ବଢ଼ିଆ
ଭକତ ଜୀବ-ଜୀବନ
ସେ ତ ଭକ୍ତିଭାବେ ପରାହତ
ବାନ୍ଧିବାକୁ ଆନ ଦଉଡ଼ି ନ ପାଏ
ଭାବରେ ହୁଅଇ ବଶ (୧)

ହାତ ନାହିଁ ସିନା ଗୋଡ଼ ନାହିଁ ସିନା
ବଢ଼ାଇ ଦିଏ ସେ ହାତ
ସାକ୍ଷୀ ହେବାକୁ ସେ ପଛେ ପଛେ ଚାଲେ
ରଖେ ଭକତ ମହତ
ସେ ତ ଭକ୍ତିଭାବେ ପରାହତ
ନିରାକାର ହୋଇ ଆକାର ସେ ନିଏ
ହେବାକୁ ଅନାଥ ନାଥ (୨)

~*~*~*~*~*~*~*~*~
ଗୀତିକାର - ଶ୍ରୀ ରଙ୍ଗନାଥ ରଥ
ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର
~*~*~*~*~*~*~*~*~


ରଚନା : ଶ୍ରୀ ରଙ୍ଗନାଥ ରଥ

ଠିକଣା : ଇ. ବି. - ୫୦୫, ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର,  ଦୂରଭାଷ : 88478 48858