(ଶ୍ରୀ ଜଗନ୍ନାଥଙ୍କ ପ୍ରତି ଅନନ୍ତ ଭ୍ରାତୃସ୍ନେହ ଦେଖେଇଥିବା ବଳଭଦ୍ର ଠାକୁର ଏକ ଅନନ୍ୟ ଆଦର୍ଶ | ସେହିପରି ଶ୍ରୀ ଜଗନ୍ନାଥଙ୍କର ନିଜ ବଡ ଭାଇ ପ୍ରତି ସାଦର ସମ୍ମାନ ଅତୁଳନୀୟ | ଉଭୟ ଭାଇଙ୍କର ନିଜ ଭଗିନୀ ସୁଭଦ୍ରାଙ୍କ ପ୍ରତି ଭ୍ରାତୃପ୍ରେମ ର ସ୍ତୁତି ଯେତେ କରିଲେ ବି କମ । ଆଜିର ସ୍ୱାର୍ଥପର ଦୁନିଆ ରେ ନିଃସ୍ୱାର୍ଥ ସ୍ନେହ ପାଇବା ବହୁତ ଦୁଷ୍କର | ଆସନ୍ତୁ ଜାଣିବା ଆତ୍ମକୈନ୍ଦ୍ରିକ ଭାଇଙ୍କ ର ଏକ କାହାଣୀ |)

ଛୋଟ ଏକ ପରିବାର କହିବାକୁ ଗଲେ ବାପା ମା ଭାଇ ଆଉ ଭଉଣୀ ଭଉଣୀ ପୂଜା ଏବଂ ଭାଇ ରାଜା ଦୁଇଜଣ ଦୁଇଜଣଙ୍କୁ ବହୁତ ଭଲ ପାଆନ୍ତି.... ପ୍ରତି ବର୍ଷ ପୂଜା ଆସେ ରାଜା ହାତରେ ରାକ୍ଷୀ ବାନ୍ଧି ବା ପାଇଁ l ହେଲେ ଗତ ବର୍ଷ ରାକ୍ଷୀ ରେ ସାନ ଭଉଣୀ ପୂଜା ଫୋନ୍ କରି କହିଲା ଭାଇ ଏ ବର୍ଷ ମୁଁ ଯାଇପାରିବି ନାହିଁ ତୁମେ ଆସିବ ମୁ ଏଇଠି ତୁମ ହାତରେ ରାକ୍ଷୀ ବାନ୍ଧିବି l କିନ୍ତୁ ଦୁଃଖ ର ବିଷୟ ମୁଁ ଯାଇ ପାରିଲି ନାହିଁ l ଅଫିସ୍ ର ଏତେ କାମ ଯେ ଟିକେ ଫାଙ୍କା ମିଳିଲା ନାହିଁ ଯିବା ପାଇଁ l ଦିନରେ କାର୍ଯ୍ୟ ରେ ବେସ୍ତ ଆଉ ରାତି ରେ ଅନେକ ଥକା ପଣ କଣ ବା କରିପାରିବି ମୁଁ ଜାଣିପାରିଲି ନାହିଁ l ପୂଜା ଅଭିମାନରେ ମୁହଁ ଫୁଲେଇ ଆଉ କଥା ବି ହେଲାନି l
ରାଜା - ହଉ ତୋ ଇଚ୍ଛା କଥା ହେଲେ ହେବୁ ନ ହେଲେ ନାହିଁ  l ତୁ ମୋ କଥା ତ ବୁଝିବା ପାଇଁ ଟିକେ ଚେଷ୍ଟା କର l
କିଛି ଦିନ ପରେ ବାପା ଆଉ ବଉ ପୂଜା ଘରକୁ ବୁଲିବା ପାଇଁ ଗଲେ l କିଛି ଦିନ ତା ଘରେ ବୁଲା ବୁଲି କଲେ ପୁଣି ଚାଲି ଆସିଲେ l
ବଉ ଆଶି ପାଖରେ ବସିଲା ଆଉ କହିଲା ପୂଜା ତତେ ଯିବା ପାଇଁ କହିଥିଲା ଆଉ ତୁ ଗଲୁଣି କଣ ପାଇଁ ଯେ ? ସେ ଅଭିମାନ କରୁଛି ଆଉ ମନ ଦୁଃଖ କରୁଥିଲା କହିଲା ସବୁ ଭଉଣୀ ମାନେ ତାଙ୍କ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ହେ ମୁଁ ମୋ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିଲି ନାହିଁ l କହିଚି ତୁ ଯେବେ ଯିବୁ ସେ ଘରକୁ ଆସିବ ତୁ ନ ଗଲେ ସେ ଆସିବ ନାହିଁ l ମୁଁ ବୋଉ କୁ କହିଲି କଣ ବା କରିପାରିଥାନ୍ତି ମୁଁ ତୁ ତ ନିଜେ ଦେଖୁଛୁ କେତେ କାମ ରେ ବେସ୍ତ ରହୁଚି ପୁଣି ଲେଟ ରେ ଆସୁଚି ବୋଲି ତୁ ବି କେତେ କଥା କହୁଛୁ l କାମ ରେ ଛୁଟି ନାହିଁ ଆଉ ଯିବାକୁ ସମୟ ହେଉନି l

ଏ ଅଫିସ ଆଉ କାମ ଭିତରେ କେତେ ବେଳେ ଗୋଟେ ବର୍ଷ ବିତି ଗଲା ଜଣା ପଡିଲା ନାହିଁ l ଆଉ ଏକ ନୂଆ ବର୍ଷ ପୁଣି ସେଇ ଭାଇ ଭଉଣୀ ର ଅତୁଟ ବିଶ୍ୱାସ ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା l ସବୁ ରାଗ ଆଉ ଅଭିମାନ କୁ ଭୁଲି ଯାଇ ଫୋନ୍ କରିଛି ପୂଜା l
ପୂଜା - ହେଲୋ' ଭାଇ ଗତ ବର୍ଷ ତୁମେ ଆସିବ ବୋଲି କହିଲ ହେଲେ ଆସିଲ ନାହିଁ l ଟିକେ ଅଭିମାନ କଲି ଆଉ ମନ ଦୁଃଖ ବି l ହେଲେ ତୁମେ ଯଦି ଏ ବର୍ଷ ରାକ୍ଷୀ ରେ ନ ଆସିବ ମୁ ଖାଇବି ନାହିଁ କି ପିଇବି ନାହିଁ କହି ଦଉଛି ହଁ l
ରାଜା-ଆଲୋ ପାଗେଳୀ ତୁ ଏମିତି କଣ କହୁଛୁ ଯେ !
ପୂଜା - ହଁ ମୁଁ ସେମିତି ହିଁ କୁହେ l
ରାଜା - ମୁଁ ଚେଷ୍ଟା କରିବି ଯିବା ପାଇଁ l
ପୂଜା - ମୁଁ କିଛି ଜାଣିନି ତୁମେ ଯେମିତି ହେଲେ ଆସିବ ମାନେ ଆସିବ l
ରାଜା - ହେଲା ବାବା ହେଲା ମୁଁ ନିଶ୍ଚୟ ଯିବି l କହିଲୁ ତୋ ପାଇଁ ଉପହାର କଣ ନେବି l
ପୂଜା - ମୋର କିଛି ବି ଦରକାର ନାହିଁ l କେବଳ ତୁମେ ଆସିବା ଦରକାର, ବାସ୍. .
ରାଜା - ଠିକ୍ ଅଛି ସେଇଦିନ ସ୍ଵାଧୀନତା ଦିବସ ଅଛି l ଆଉ ଅଫିସ୍ ରେ ପତକା ଉତ୍ତୋଳନ ସାରିବା ପରେ ମୁଁ ଆଉ ମୋ ସାଙ୍ଗ ରାକେଶ ସାଙ୍ଗ ହେଇକି ଯିବୁ l ଏବେ ମୋ ସୁନା ଭଉଣୀ ଖୁସି ତ l
ପୂଜା - ହସି ଦେଇ କହିଲା ହଁ ଠିକ୍ ଅଛି ହେଲେ ମୁଁ ସେତେବେଳେ ଖୁସି ହେବି ଯେତେ ବେଳେ ତୁମକୁ ଦେଖିବି ଆଉ ତା ପରେ ଖାଇବି l

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଭାଇ ଭଉଣୀ ର ସମ୍ପର୍କ ପୂଜା ଅପେକ୍ଷା କରିଛି ରାଜା କୁ କିଛି ସମୟ ପରେ ରାଜା ଆସି ପହଁଚି ଗଲା ପୂଜା ରାଜା କୁ ଦେଖି ଖୁସି କହିଲେ ନ ସରେ l
ପୂଜା - ଭାଇ ତୁମେ କଣ ଏକା ଆସିଛ କହୁଥିଲ ପରା ତୁମ ସହିତ ତୁମ ସାଙ୍ଗ କିଏ ଆସୁଚି ବୋଲି ? 
ରାଜା - ହଁ ଯେ ହେଲେ ତାର କିଛି କାମ ପଡିଗଲା ଆଉ ସେ ଆସିଲା ନାହିଁ l
ମୋର ବି କାମ ଅଛି ତୁ ଟିକେ ଜଲଦି କାମ ସାର ମୁଁ ଚାଲିଯିବି l
ପୂଜା - ଏତେ ଦିନ ପରେ ଆସିଛ ପୁଣି ଏତେ ବେସ୍ତ l
ରାଜା - ମୁଁ କଣ ପାଇଁ ଏମିତି କହୁଚି ତୁ ବୁଝି ପାରିବୁ ନାହିଁ ଆଉ ତୁ ଯେତେ ବେଳେ ବୁଝିବୁ ମୁଁ ତୋ ପାଖରେ ନ ଥିବି l
ପୂଜା - ଆଜି ଭଳି ଦିନରେ ତୁମେ ଏମିତି କଣ କହୁଛ ଯେ l
ରାଜା - ମୁଁ ଆସିଲି ତୁ ଖୁସି ତ l
ପୂଜା - ଗୋଟେ ଭଉଣୀ ପାଇଁ ଆଜି ଭଳି ଦିନରେ ଏହା ଠାରୁ ଆଉ ବଡ ଖୁସି କିଛି ନାହିଁ l
ରାଜା - ମୁଁ ଟିକେ ବେସ୍ତ ଅଛି ତୁ ଜଲଦି କର l
ପୂଜା - ଘର ଭିତରକୁ ଗଲା ଏବଂ ଗୋଟେ ପ୍ଲେଟ ରେ ରାକ୍ଷୀ, ଚନ୍ଦନ, ସିନ୍ଦୂର, ଅରୁଆ ଚାଉଳ, ଦୀପ ଫୁଲ ମିଠା ସଜାଡି ଆଣିଲା l ରାଜା ହାତରେ ରାକ୍ଷୀ ବାନ୍ଧିବା ପରେ ପାଦ ଛୁଇଁ ନମସ୍କାର୍ କଲା
ରାଜା - ପୂଜା ମଥା ରେ ହାତ ରଖି କହିଲା ଦୁନିଆର ସବୁ ଖୁସି ତତେ ମିଳୁ ଆଉ ତୋ ପାରିବାରିକ ଜୀବନ ସୁଖମୟ ହେଉ l
ପୂଜା - ମିଠାଟି ରାଜାକୁ ଖୁଆଇବା ପାଇଁ ଗଲା ବେଳକୁ ପୂଜା ମୋବାଇଲ୍ ରିଙ୍ଗ୍ ହେଲା, ସେ ମିଠାଟି ରଖିଦେଇ ମୋବାଇଲ୍ ପାଖକୁ ଗଲା
ପୂଜା - ହେଲୋ କିଏ କହୁଛନ୍ତି ?
ରାକେଶ - ପୂଜା ମୁଁ ରାଜାର ସାଙ୍ଗ କହୁଚି l
ପୂଜା - ହଁ କୁହ......
ରାକେଶ - ରାଜାର ସଡକ ଦୁର୍ଘଟଣାରେ ମୃତ୍ୟ ହେଇଯାଇଚି.. ସେ ଆମକୁ ଛାଡି ଚାଲି ଗଲା...
ପୂଜା - କେମିତି ହେଲା ମୋର ଭାଇ ର ଏମିତି l
ରାକେଶ - ସେ ଗାଡି ବହୁତ ସ୍ପିଡ଼୍ ଚଳାଉଥିଲା ଏବଂ ହେଲମେଟ ପିନ୍ଧି ନଥିଲା ଏ କଥା ଶୁଣି ଯେମିତି ତା ପାଦ ତଳୁ ମାଟି ଖସି ଗଲା.. ଆଉ ଜୋର୍ ରେ କହିଲା ତୁମେ ମିଛ କହୁଛ ମୋ ଭାଇ ମୋ ପାଖରେ ଅଛି ଏମିତି କହି ଆସି ଦେଖିଲା ବେଳକୁ ରାଜା ଆଉ ନ ଥିଲା.. ଭଉଣୀ ର ଆଖିରେ ଅସରନ୍ତି ଲୁହ ଚାହିଁଲେ ବି ସେ ତା ଆଖିର ଲୁହ କୁ ରୋକି ପାରୁନି ଭଉଣୀ ର କଥା ରଖି ଭାଇ ନୁହଁ ଭାଇ ର ଆତ୍ମା ଆସିଥିଲା ତା ଭଉଣୀ ପାଖକୁ.... l କେବଳ ହେଲମେଟ ପାଇଁ ରାଜା ତା ପରିବାକୁ ହରେଇ ଦେଲା ସାରା ଜୀବନ ପାଇଁ ....

ଦେବବ୍ରତ ବାରିକ
ଆନନ୍ଦପୁର, କେନ୍ଦୁଝର