ହାଇଦ୍ରାବାଦରୁ ଯୁଇ
ଲିଭି ନଥିବା ବେଳେ
ଉନ୍ନାଓରେ ପୁଣି ଏକ
ଯୁଇ ଜଳିବାଟା
ଏକ ସୁସ୍ଥ ଗଣତନ୍ତ୍ର ପାଇଁ
ନିଶ୍ଚିତ ଶୁଭଙ୍କର ନୁହେଁ ।।

ମାଂସ ଲୋଭୀ ମଣିଷ ମାନଙ୍କର
ଆଦିମ ଭୋକରେ ହାରି ଯାଇଛି ଜୀବନ,
ବିବସ୍ତ୍ର ହୋଇଛି ସଭ୍ୟତା,
ବେବଶ ନୈତିକ ମୂଲ୍ୟ ବୋଧ,
ବିପର୍ଣ୍ଣ ସାମାଜିକ ନିରାପତ୍ତା,
କୁଶିକ୍ଷାର ଅପସଂସ୍କୃତିରେ
କଳୁଷିତ, ବିପର୍ଯ୍ୟସ୍ତ ଶିକ୍ଷା ।।

ଗାନ୍ଧୀଙ୍କର ରାମ ରାଜ୍ୟରେ
ନାରୀ ଟିଏ ସତେ ଅବା
ପାଷାଣ ପାଲଟି ଥିବା
ଅଭିଶପ୍ତ ଅହଲ୍ୟା!!
ରାତ୍ରୀର ବିଜନ ବେଳାରେ
ଘରୁ ପାଦ କାଢ଼ି ଥିବା ନାରୀ ଟିଏ
ସୁରକ୍ଷିତ ଘରକୁ ଫେରିବାର ପରିକଳ୍ପନା
ଆଜି ଏକ କରୁଣ ଉପହାସ ।।

କାହା ପାଇଁ ନାରୀ ସଶକ୍ତି କରଣ,
ନାରୀ ଶିକ୍ଷା, ନାରୀ ଜାଗରଣ,
ଜନନୀ ସୁରକ୍ଷା, ନାରୀ ମଙ୍ଗଳ ଯୋଜନା??
ସବୁ ମିଥ୍ୟା, ସବୁ ପ୍ରହେଳିକା,
ବଡ଼ିମା, ବୃଥା ଆସ୍ଫାଳନ ।।

କେତେ କାଳ ବଳି ପଡୁ ଥିବ
ନିଷ୍ପାପ କନ୍ୟା ରତ୍ନ ଟିଏ
ଅବା ବେସାହାରା ନାରୀ ଟିଏ?
ଝାସ ଦେଉ ଥିବ କାମୁକ,
ଲମ୍ପଟ ମାନଙ୍କର
କାମନାର ଦାବାଗ୍ନିରେ
ନିର୍ବାପିତ ହେବ ମୁଠାଏ ପାଉଁଶରେ ।।

# ପ୍ରଦୀପ କୁମାର ପ୍ରଧାନ #
ଅଧ୍ୟାପକ, ଇଂରେଜୀ ବିଭାଗ
ଡି. ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର


ରଚନା : ପ୍ରଦୀପ କୁମାର ପ୍ରଧାନ

ଠିକଣା : ପି.ଜି.ଟି., ଇଂରେଜୀ, ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର ଦୂରଭାଷ : ୮୭୬୩୬୨୯୨୮୨