କବିତା - ନାରୀ - ଘନଶ୍ୟାମ ସାହୁ

0

ନାରୀ:
ସେ ଜାୟା, ଜନନୀ, ଭଗିନୀ
ରୂପ ଅନେକ, ସ୍ୱଭାବ ଅନେକ
କନ୍ୟା ରୂପେ ସେ ହୋଇଥାଏ
ଗୃହର ସ୍ୱାଭିମାନ, ସୌନ୍ଦର୍ଯ୍ଯ
ତାର ସୁମଧୂର କଣ୍ଠେ
ନିମିଷକ ମଧ୍ଯେ ହୁଏ ନିର୍ବାପିତ
ଯେତେ ସବୁ ବିଷାଦର ବହ୍ନି
ଢାଳି ଦିଏ ଅମୃତର ଶୀତଳତା
ମୁହୂର୍ତ୍ତକେ ମନ ନିଏ କିଣି ।

ସେ ହୁଏ ପ୍ରେରଣାଦାୟୀ
ଆଦରଣୀୟ। ଭଗିନୀ
ସେ ଦିଏ ଉସ୍ଚାହ
ଆତ୍ମବିଶ୍ବାସ କରେ ବହୁଗୁଣିତ
ଭାଇର ମଙ୍ଗଳ ମନାସି
ସେ ରଖିଥାଏ ଅନେକ ବ୍ରତ ଉପବାସ
ଠାକୁର ଠାକୁରାଣୀଙ୍କ ନିକଟରେ
କରେ ଅଜସ୍ର ଗୁହାରି ।
ଭାଇର ମଙ୍ଗଳ ହୃଦୟେ ସୁମରି ।

ଜନନୀ ସେ
ସ୍ନେହ, ମମତା, କରୁଣାର
ମୂର୍ତ୍ତିମନ୍ତ ଜୀବନ୍ତ ପ୍ରତୀକ
ବାତ୍ସଲ୍ଯ ପ୍ରେମରେ ଅତୁଳନୀୟା ସେ
ସନ୍ତାନ ପାଇଁ ସେ ସବୁ କିଛି ତ୍ୟାଗ କରିପାରେ
ଜୀବନକୁ ବି ତୁଚ୍ଛ ମଣିପାରେ
ସର୍ବସଂହା ଧରିତ୍ରୀର ସୌମ୍ଯ ଅବତାର
ଆତ୍ମବଳୀରେ ତାର ଆନନ୍ଦ ଅପାର ।

ସେ ଜାୟା
ଏକାଧାରରେ
ସହଧର୍ମିଣୀ,ମନୋହାରିଣୀ,
ପରାମର୍ଶ ଦାତ୍ରୀ, ଧାତ୍ରୀ, ପଡିଦାତ୍ରୀ
ପରମ ସେବାକାରିଣୀ
ଲାବଣ୍ୟବତୀ କୁଳଲକ୍ଷ୍ମୀ
ସେ ପରିବାରକୁ ଓହ୍ଲାଇଆଣେ ବୈକୁଣ୍ଠର ସୁଖ
ତାର ଅଶାନ୍ତିର ଦାବାନଳେ
ଗ୍ରୀଷ୍ମର ଜଙ୍ଗଲ ଭଳି
ପରିବାର ହୁଏ ଭସ୍ମୀଭୂତ ,
ପରିବାର ସୁରକ୍ଷା ପାଇଁ
ସେ କେବେ ଗଉରୀ ଶିବାନୀ ତ କେତେବେଳେ ଲୋଳଜିହ୍ବ
କାଳୀ ସଂହାରିଣୀ ।

ହେ ନାରୀ
ନୁହଁ ତୁମେ ଅବଳା ଦୁର୍ବଳା
ତୁମରି ହାତର ଯାଦୁକରୀ ଛୁଆଁରେ ପରା
ମରୁଭୂମି ସୁଜଳା ସୁଫଳା
ତୁମ ଭିତରେ ଥିବା ଶକ୍ତିକୁ ଜଗାଅ
ଆତ୍ମ ସମୀକ୍ଷାର ମଶାଲ ଜଳାଅ
ନିଜକୁ ନିଜେ ରକ୍ଷାକରିବାର ଶକ୍ତି
ଅନ୍ତରେ ଜଗାଅ
ନିଃଶେଷ କରିଦିଅ
ଆଜିର ଏ ଦାନବ ମାନଙ୍କୁ
କିମ୍ବା ହୋଇ କାରୁଣିକ,
କରି ମାୟା ପ୍ରଭାବିତ
ନାଶ କର ମଣିଷ ଭିତରେ
ଲୁଚିଥିବା ଦାନବପଣକୁ ।


ଘନଶ୍ୟାମ ସାହୁ
ସହ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ ,ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର --- ୯୪୩୭୬୬୪୫୩୭,
ପିନ୍ କୋଡ ---- ୭୫୯୧୨୬


ରଚନା : ଘନଶ୍ୟାମ ସାହୁ

ଠିକଣା : ବଇଣ୍ଡା, କିଶୋର ଗଞ୍ଜ, ଅନୁଗୋଳ,  ଦୂରଭାଷ : ୭୯୭୮୦୫୭୬୯୫

Post a Comment

0Comments
Post a Comment (0)