କବିତା - ମହମବତୀ କିଣିଲେଣି ? - ରଶ୍ମିତା ବେହେରା

0
ସ୍ବର୍ଗରେ କ୍ରୋଧ ଜର୍ଜରିତ
ସେହି ଅଶରୀରି ଆତ୍ମାଗୁଡିକ
ଏବେ ଖୁବ୍ ଜୋରରେ ଚିତ୍କାର କରିବାକୁ ଲାଗିଲେଣି,
ଏଇ ଯେମିତି ଓଡିଶାର ଇତିଶ୍ରୀ,ବେବିନା ଓ ଛବିରାଣୀ ପରି ଅନେକ ଧର୍ଷିତା
ଏକସ୍ବରରେ ପ୍ରଶ୍ନ କରୁଛନ୍ତି ଏ ସହନଶୀଳ ସମାଜକୁ
"ଆଜ୍ଞା, ମହମବତୀ କିଣିଲେଣି ?"

ସମାଜର ଡିମାଡିମା ଆଖି ସାମ୍ନାରେ
ବଳାତ୍କାରୀର ଶକ୍ତ ପଞ୍ଝାରେ,
ଆମେତ ବାରମ୍ବାର ପୋଷ୍ଟବର୍ଟମ ହେଇସାରିଛୁ,
ଦିଲ୍ଲୀର ନିର୍ଭୟା,ହାଇଦ୍ରାବାଦର ପ୍ରିୟଙ୍କା ପାଇଁ
ହ୍ବାଟ୍ସପ ଡିପି ବ୍ଲାକ କରି,ମହମବତୀ ଜ୍ୟୋତି ଜାଳି
ପ୍ରତିବାଦ କରିବାର ଦୃଶ୍ୟକୁ 
ଆମେବି ଅନେକ ବାର ଦେଖିଛୁ।

ଆଚ୍ଛା କୁହ ତ,କ'ଣ ଦେଶରୁ ଧର୍ଷଣ କମିଲାଣି ?
ତୁମ ସମ୍ବିଧାନର ଫର୍ଦ୍ଦ କ'ଣ ପୋଛିପାରିବ
ନୀରବ ନୟନର ବେଦନାର ଲୁହ ?
ଗାନ୍ଧିଙ୍କର ସେ ଉକ୍ତି ଯଦି ସ୍ବାଧିନତାର  ମାନଦଣ୍ଡ ହୁଏ,
ତେବେ ଏ ଦେଶକୁ ତାହା କେବେ ମିଳିବ  ଟିକିଏ କୁହ
ଅବଶ୍ୟ ଏହା ଏକ ଅସମାହିତ ପ୍ରଶ୍ନ ନିଶ୍ଚୟ।

ପ୍ରଶାସନ ,ପୁଲିସ୍ କଥା କ'ଣ ବା କହିବୁ ଯେ
ସମସ୍ତେ ତ ଦୁର୍ନୀତିର ସାଗରେ ନିର୍ଲିପ୍ତ
ଶିକାରି ଓ ଶିକାର ଭିତରେ
ଲାଭ ଖୋଜୁଥିବା ଲୋଭି ତୃତୀୟ ଚରିତ୍ର,
ରୋପି ଚାଲନ୍ତି ଯେ ଦୁର୍ନୀତିର ଭୃଣ,
ପ୍ରମାଣ ସବୁକୁ ନଷ୍ଟ କରିଚାଲନ୍ତି ତାଙ୍କ ତୀକ୍ଷ୍ଣ କଟାକ୍ଷରେ
ହୋଇଯିବ କାଳେ ପ୍ରସାରଣ ।

ବିଧି  ବ୍ୟବସ୍ଥା, ଆଇନର ଧାରାସବୁ
ଆମପାଇଁ ଆତ୍ମହତ୍ୟାର ସିଲାବସ୍ ପାଲଟି ସାରିଲାଣି
ଆଇନ୍ କାନୁନର ଛକିଶୂନ ଖେଳରେ 
ଆମେ ସବୁ ମଲାଜହ୍ନ ପାଲଟି ଗଲୁଣି,
ଏହିଭଳି ତୁମରି ଆଖି ସାମ୍ନାରେ ଅନେକ ନାରୀ ଅସ୍ତିତ୍ବ ତ ହରେଇବେ
କ'ଣ ଆପଣ ଶୋଭାଯାତ୍ରା ପାଇଁ 
ମହମବତୀ କିଣିଲେଣି ?

ରଶ୍ମିତା ବେହେରା (ସାମ୍ବାଦିକା)
ନିହଲପ୍ରସାଦ, ଢେଙ୍କାନାଳ
ଯୋଗାଯୋଗ-୭୩୨୫୯୬୦୨୭୮

Post a Comment

0Comments
Post a Comment (0)