ଈ ସ୍କୁଲ୍ ମାନକେ ମାଷ୍ଟୁର୍ ନାଇନ
ସର୍କାରର୍ ନାଇ ଚିନତା,
ମଦୁଆ ବନଜିଆ ଇନାମ୍ ପାଏବେ
ଦେଖତ ଘାଏ ଇ କଥା.

ଜାତିର୍ ଗରବ୍ ଦେଶର୍ ଉଜଲ୍ ତାରା
ଆଓନ୍ ଇ ପିଲା ଛୁଆ,
ଡିଂଡା ନେତା ମଂତିରି ଜାନବେ କାଁଏଟା
ଜେନମାନେ ନିହେଇ ବିହା.

ଇଲେକସନେ ମଦ୍ ପିଆଇ ପିଆଇ
ଜିତୁଛନ୍ ପାଁଚ ବଛର୍ ,
ଲୁଟି ଖାଏବେ ଅଫିସର୍ କେ ଦେଖାବେ
ରାଜନୀତିଆ ଦପ୍ତର୍ .

ବାପର୍ ପୁତାତ ଏଜୁକେଶନ୍ ରୁଲ୍
ବଦଲାଇ ଦେଖ ଘାଏ,
ଖତ୍ ଗଦାଠାନୁ ପଦମ୍ ଫୁଟବା
ଉଡିଶାର୍ ହେବା ଜଏ.

ଇଠାନୁ ବାହାରବେ କେତେଟେ ଏପିଜେ
ଆରୁ କେତେ ଆଇନଷ୍ଟାଇନ୍ ,
ସୁଧରାଇ ଦିଅ ଇ ସ୍କୁଲ୍ ଅରକଲ୍
ବଦଲାଅ ଶିକ୍ଷାର୍ ଆଇନ୍ .

ବିକାଶର୍ ମୁଲ୍ ଏଜୁକେଶନ୍ ରୁଲ୍
ବରକସ୍ ଜେନ ଥିବା,
ସେଠାନର୍ ଇ ଶିଖିତ୍ ପିଲା କାଁଏ
ଦାଦନ୍ ଖଟି ଯିବା.

କାଁଏଟା କରବା ଆରୁ ହେଲେ ଭାଇ
ଚାକରୀ ଆଶଟା ମାନ୍ଦା,
ଖରଚା କରି କରି ଜମିନ୍ ଟାକେ ବୁଆ
ପକେଇ ଦେଇଛେ ବନ୍ଧା.

ଶିଖିତ୍ ମାନକୁ ନାଇନ ଚାକରୀ
ବୁଲୁଛନ୍ ସବୁ ବେକାରୀ,
ସାମାଜିକ୍ ଆଏ ଯଦି ମଦୁଆ ବେପାର
ଧଏନ୍ ଇ କୁଟ୍ କଚରୀ.

ମାଷ୍ଟୁର୍ ଜେନନେ ଦରମାର୍ ଲାଗି
ପେଟ୍ ନିଁ ପାରେ ପୁଷି,
ସେଠାନୁ କେନତା ବନେ ରକମର୍
ରିଜଲ୍ ଆଏବା ବେଶୀ.

ମାଷ୍ଟୁର୍ ଇଠାନେ ଭିଲିଏନ୍ ହେବା
ମଦୁଆ ବନବା ହିରୋ,
ସେନର୍ ଇସ୍କୁଲ୍ ରିଜଲ୍ ହୋ ଭାଇ
ଆଏବାନ ଏନତା ଜିରୋ.
ଆଏବାନ ଏନତା ଜିରୋ.


ରଚନା : ଆର୍ତ୍ତତ୍ରାଣ ଖୁର୍ଡିଆ

ଠିକଣା : ବଙ୍କିଆ, ବୀ.ମା.ପୁର, ସୋନପୁର,  ଦୂରଭାଷ : ୯୪୩୯୧୭୦୮୧୪