ଥରେ ଗୋଟିଏ ଗାଁ 'ରେ ଜଣେ ସୁନ୍ଦର ଲଡ଼ୁ ମିଠା ତିଆରି କାରିଗର ବାସ କରୁଥିଲେ । ତାଙ୍କ ନାମ ଜତିନ୍ ମୋହନ୍ ମାଦାଲା ଥିଲା । ସେ ବହୁତ ସୁନ୍ଦର ଓ ସୁସ୍ବାଦୁ ଲଡ଼ୁ ତିଆରି କରୁଥିଲେ ଏବଂ ପ୍ରତିଦିନ ବଜାରକୁ ନେଇ ବ୍ଯବସାୟ କରୁଥିଲେ । ସେହି ବ୍ଯବସାୟ ମାଧ୍ୟମରେ ଯାହା ଟଙ୍କା ମିଳୁଥାଏ ସେଥିରେ ନିଜ ପରିବାର ସୁଖରେ ଜୀବନ ଯାପନ କରୁଥିଲେ । ତାଙ୍କର ସ୍ଵାଦିଷ୍ଟ ଲଡ଼ୁ ପାଇଁ ବହୁତ ମିଠା ଦୋକାନୀ କ୍ରୟ କରିବାରେ ଲାଗିଲେ ଏବଂ ସେ ମଧ୍ୟ ଆହୁରି ଅଧିକ ଲଡ଼ୁ ତିଆରି କରି ବଜାରରେ ଦୋକାନୀମାନଙ୍କୁ ଠିକ୍ ସମୟରେ ପହଞ୍ଚାଇ ଦେଉଥିଲେ । ନିଜର ପରିଶ୍ରମ ବଳରେ ସୁନ୍ଦର ଘରଟିଏ ତିଆରି କଲେ ଏବଂ ନିଜର ପୁଅ ଓ ଝିଅଙ୍କୁ ବହୁତ ଉଚ୍ଚ ସ୍ତରୀୟ ଶିକ୍ଷାଦେବା ପାଇଁ ସହରକୁ ପଠାଇଲେ । 

କିଛି ଦିନ ପରେ .... ନିଜ ପଡ଼ୋଶୀ ଏହା ଦେଖି ସହ୍ଯ କରିପାରିଲା ନାହିଁ । ଯେତେବେଳେ ଜତିନ୍ ମୋହନ୍ ବାବୁ ନିଜ ଚାରିଚକିଆ ଯାନରେ ମିଠା ଲଦି, ଘରକୁ ଯାଇ ପୋଷାକ ବଦାଳଇ ଫେରିବା ଭିତରେ ପଡ଼ୋଶୀ ମତିନ୍ ମୋହନ୍ ମାଦାଲା ପ୍ରତି ମିଠା ଥାଳରୁ ପାଞ୍ଚୋଟି ଲେଖାଏଁ ଚୋରି କରି ନେଇଯାଉଥିଲା କିନ୍ତୁ ଜତିନ୍ ମୋହନ୍ ଜାଣି ନ ପାରି ବଜାରକୁ ଚାଲିଯାଉଥିଲେ । ଦୋକାନୀ ଆଗରେ ଲଡ଼ୁ ଗଣି ଗଣି ଦେବାବେଳେ ପାଞ୍ଚୋଟି କମ୍ ପଡୁଥିଲା । ସେ ଦୋକାନୀ ବାଲାଙ୍କୁ କହିଲେ,ଆଜ୍ଞା ଆସନ୍ତା କାଲି ଭଲଭାବରେ ଗଣି ଆଣିବି । ଦୋକାନୀବାଲାମାନେ କହିଲେ ହଁ ହେଉ କାଲିକି ଠିକ୍ ଭାବେ ଗଣିକରି ଆଣିବ ଆମର ଗରାଖମାନେ, ଫେରିଯାଉଛନ୍ତି, ତେଣୁ ଦୁଃଖ ଲାଗୁଛି ଜତିନ୍ ବାବୁ । ତୁମର ଲଡ଼ୁ ଦ୍ବାରା ଆମର ମିଠା ଦୋକାନଗୁଡିକ ଭଲ ବ୍ୟବସାୟ ଚାଲୁଛି ତୁମେ ଯେମିତି ଆମକୁ ହଇରାଣ ହରକତ ନ କର ।

ଠିକ୍ ଅଛି ଆଜ୍ଞା ମୁଁ ଠିକ୍ ଭାବେ ଗଣିକରି ନିଶ୍ଚୟ ଆଣିବି ।

ଲଡ଼ୁ ଯେମିତି ପୂର୍ବଦିନ ମାନଙ୍କରେ ଗାଡିରେ ଲଦି ପୋଷାକ ବଦଳାଇବା ପାଇଁ ଘରକୁ ଯାଉଥିଲେ ସେତିକିବେଳେ ସେମିତି ମତିନ୍ ମୋହନ୍ ପ୍ରତ୍ୟେକ ଥାଳରୁ ପାଞ୍ଚୋଟି ଲେଖାଏଁ ଚୋରି କରି ନେଇଯାଉଥିଲା । ଏମିତି କେତେ ଦିନ ଚାଲିଲା ଦୋକାନୀମାନେ କହିଲେ ଆପଣ ବୋଧେ ଲଡ଼ୁ ଆଉ ତିଆରି କରିପାରୁନାହାଁନ୍ତି କିନ୍ତୁ ଜତିନ୍ ମୋହନ୍ ବୁଝିପାରୁନଥାନ୍ତି ଯେ, ପାଞ୍ଚୋଟି ଲେଖାଏଁ ଲଡ଼ୁ କମ୍ ହେଉଛି କେମିତି !

ଠିକ୍ କିଛି ଦିନ ପରେ ... ଜତିନ୍ ବାବୁଙ୍କ ପୁଅ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ଘରକୁ ଫେରିବା ଏବଂ ବାପାଙ୍କ ନୈରାଶ୍ୟ ମନଭାବ ଦେଖି ପଚାରିଲେ, ବାପା ଆପଣ ଚିନ୍ତିତ ଥିଲାପରି ଜଣାପଡ଼ୁଛି କ'ଣ ହୋଇଛି କୁହ ? ଏତିକି ବେଳେ ଜତିନ୍ ବାବୁ କହିଲେ, " ଆରେ ରତନ୍ ମୁଁ ଠିକ୍ ଭାବେ ଲଡ଼ୁ ଗଣିନେଇଥାଉଛି କିନ୍ତୁ ଦୋକାନୀ ବାଲାଙ୍କ ଆଗରେ ଗଣିଲେ ପାଞ୍ଚୋଟି ଲେଖାଏଁ ଲଡ଼ୁ ଥାଳରୁ କମ୍ ପଡୁଛି ତେଣୁ ଦୋକାନୀମାନେ ବିରକ୍ତ ହେବାରେ ଲାଗୁଛନ୍ତି କିନ୍ତୁ ରତନ୍ କିଛି ନ କହି ନିଜର ବୋଝେଇ ଗାଡିକୁ ଧ୍ଯାନ ଦେଇ ଦେଖିଲା କି ନିଜ ପଡ଼ୋଶୀ ମିତନ୍ ଦାଦା ଚୋରି କରି ନେଉଥିଲେ , ଏହା ଦେଖି କୌଶଳଟିଏ ଚିନ୍ତା କଲେ ଏବଂ ସେ ଯେପରି ଉପରୁ ପଞ୍ଚୋଟି ନେଉଥିଲେ, ସେହି ପାଞ୍ଚୋଟି ମଧ୍ୟରୁ ଗୋଟିକରେ ନିଜର ମାମୁଁ ଦେଇଥିବା ସୁନା ମାଳୀଟି ରଖିଲେ ଏବଂ ନିଜ ଭଉଣୀର ଛୋଟ ମୁଦିଟିକୁ ରଖି ଦେଖୁଥିଲେ । ମିତନ୍ ଦାଦା ଚୋରି କରି ସେହି ଲଡ଼ୁ ନେଲେ ।

ମିତନ୍ ମୋହନ ସୁନାଚେନ୍ ଓ ମୁଦିଟିକୁ ଖାଇବା ସମୟରେ ପାଇଲେ ଏବଂ ଖୁସି ହୋଇଗଲେ । ଠିକ୍ ଏହି ସମୟରେ ରତନ୍ ପୋଲିସ ଥାନାକୁ ଯାଇ ଗୋଟିଏ ଚୋରି କେଶ୍ ଦେଲେ କି କାଲି ରାତିରେ ଆମ ଘରକୁ ଆମ ପଡ଼ୋଶୀ ମିତନ୍ ଦାଦା ଚୋରି କରି ଆସିଥିଲେ ଏବଂ ସେ ବେକରୁ ସୁନା ଚେନ୍ ଓ ମୋ' ଭଉଣୀର ଗୋଟିଏ ମୁଦି ଚୋରି କରି ନେଇଛନ୍ତି ତେଣୁ ଆପଣ ତାଙ୍କ ଘରକୁ ଅନୁସନ୍ଧାନ କରିପାରନ୍ତି ।

ପୋଲିସମାନେ ମିତନ୍ ଙ୍କ ଘରକୁ ଅନୁସନ୍ଧାନ କରିବାକୁ ଆସିବା ସମୟରେ ସେ ସୁନା ମାଳୀ ଓ ମୁଦିଟିକୁ ହାତରେ ଧରିଥିଲେ କି ବଜାରକୁ ଯାଇ ବିକ୍ରି କରିବା ପାଇଁ ଠିକ୍ ଏ ସମୟରେ ଏ ସୁନା ମାଳୀ ଓ ମୁଦିଟିକୁ ରତନ୍ ଚିହ୍ନି ପାରିଲେ ଏବଂ ପୋଲିସ୍ ମିତନ୍ କୁ ବାନ୍ଧିନେଲେ ଓ ନ୍ୟାୟାଳୟ ତାଙ୍କୁ ତିନି ବର୍ଷ ସଜା ଶୁଣାଇଲେ । ଜତିନ୍ ମୋହନ୍ ମାଦାଲା ପୂର୍ବପରି ଲଡ଼ୁ ଠିକ୍ ଭାବରେ ପହଞ୍ଚାଇ ପାରିଲେ ଏବଂ ପୁଅର ସୁନ୍ଦର ବୁଦ୍ଧିକୁ ନେଇ ଖୁସି ହେଲେ । ପରିବାରରେ ଶାନ୍ତି ଜୀବନ ଯାପନ କଲେ ଏବଂ ମିତନ୍ ଜେଲ୍ ରୁ ଫେରି ଅନୁତାପ କରି କହିଛନ୍ତି " ଅନ୍ୟକୁ ଅପମାନ କରିବା ଦ୍ବାରା ନିଜର ବୁଦ୍ଧି -ବିବେକ ନଷ୍ଟ ହୁଏ " ।



ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଆସିକା, ଗଞ୍ଜାମ,   ଦୂରଭାଷ : ୯୫୬୬୮୭୬୫୦୪