
ନର ଦେହେ ନାରାୟଣ
ଦେଇଥିଲ ଭଗବାନ
ମାନବେ ଦାନବ ଭାବ ହେଲା ଭିଆଣ ॥୦॥
ରାମ କୃଷ୍ଣ ଦେହ ବହି
ସଦଜ୍ଞାନ ଗଲ କହି
ସତ୍ୟ ଧର୍ମ ନ୍ୟାୟ ସ୍ଥାପି କଲ ଦୈତ୍ୟ ନିସୂଦନ ॥୧॥
ଜଗତର ହିତପାଇଁ
କେତେ ଯେ କଷଣ ସହି
କପିବଳ ସଙ୍ଗେ ନେଇ ମାରିଲ ଦଶ-ଆନନ ॥୨॥
କେତେ ଅସୁର ବିନାଶି
କଂସାସୁର ପ୍ରାଣଧ୍ୱଂସି
ମହାଭାରତ ଯୁଦ୍ଧରେ ଦେଲ ଗୀତା ପ୍ରବଚନ ॥୩॥
ଆସିବ କି ଅବତରି
ଆଉ ଥରେ ଦେହ ଧରି
ସଂସାରୀ ମାନବ ଆଜି ହରାଇଛି ଦିବ୍ୟଜ୍ଞାନ ॥୪॥