କୁନି ଚଢ଼େଇ ତୁ ପଡ଼ିଛୁ ଖସି ,
ରହ ଦେବି ତୋର ଦେହ ଆଉଁଶି ।

ଟିଉଁ ଟିଉଁ ଟିଉଁ ରାବୁଛୁ କିଆଁ ,
ହୁଅନାହିଁ ଜମା ଡରି ଛାନିଆ ।

କହିବି ତୋ କଥା ବୋଉକୁ ଯାଇ ,
ଶସ୍ୟ ଖୁଆଇବି ପାଣି ପିଆଇ ।

ଯତନରେ ତୋତେ ରଖିବି ଘୋଡ଼ି ,
ସୁସ୍ଥ ହେବୁ ଯେବେ ଡେଣାକୁ ଝାଡ଼ି ।

ଆଣି ଛାଡ଼ିଦେବି ତୋ ମାଆ ପାଖେ ,
ପରିବାର ସହ ରହିବୁ ସୁଖେ ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।