ତୁମ ଲାଗି ଆଜି ଛନ୍ଦ ତୋଳୁଛି ମୁଁ
ପାଦରେ ଘୁଙ୍ଗୁର ବାନ୍ଧି ,
ଭକତି ଭାବରେ ମଥା ନୁଆଁଉଛି
ଚରଣ ଯୁଗଳ ବନ୍ଦି ।

ତୁମରି ବନ୍ଦନା ତାଳରେ ରଚୁଛି
ଅଙ୍ଗଭଙ୍ଗୀ ଯେତେ ମୋର ,
ଭାବରେ ମଗନ ହୋଇ ହେ ମୋହନ
ନେତ୍ରୁ ଝରିଯାଏ ନୀର ।

ଭାରି ଇଚ୍ଛା ଥିଲା ନାଚିବାକୁ ଟିକେ
ହୋଇ ତୁମ ଦେବଦାସୀ ,
ଆଜି ସେ ସୁଯୋଗ ପାଇଅଛି ଭାବି
ଲାଗୁଅଛି ଭାରି ଖୁସି ।

କରୁଣା ମୋପ୍ରତି ହେବ ଯେବେ ନାଥ
ଗୀତ ଗୋବିନ୍ଦର ସୁରେ ,
ତୁମ ଆଗେ ନିତି ଛନ୍ଦ ତୋଳିବି ମୁଁ
ମହାନନ୍ଦେ ପ୍ରେମଭରେ ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।