କବିତା - ବିଶାଳ ମନର ସାଗର - ରୀତା ଅପରାଜିତl ମହାନ୍ତି

0
ନଦୀ ଝୁରେ ସାଗରକୁ
ସେ ପ୍ରୀତିର ପଟ୍ଟାନ୍ତର ନାହିଁ
ସାଗର ଯେବେ ନଦୀରେ ମିଶିଯାଏ
ସାଗର ବି କେତେ ଉଦାର
କେତେ କଣ ସାଇତିଛି
ନିଜ ଭିତର
ମାଛ, କଇଁଛ, କେତେ ବିଶାଳ ପ୍ରାଣୀ
ଏତେ ବିଶାଳ ତା ଦେହ
ତଥାପି ଟିକେ ଗର୍ବ ନାହିଁ ତା ମନରେ
ଯାହା ତା ଦେଲେ ସମୁଦ୍ର କେବେ ରଖେନି
ନିଜ ପାଖରେ ସବୁ ଦିଏ ଫେରାଇ
ସେଇ ସାଗରକୁ ଆଖିଭରି ଦେଖିଦେଲେ
ନିଜ ଦୁଃଖ ମୁଁ ଭୁଲିଯାଏ ।
ମନ ଚେତନା ର ଭିନ୍ନ ଦୁନିଆକୁ ଚାଲିଯାଏ


ରଚନା : ରୀତା ଅପରାଜିତl ମହାନ୍ତି

ଠିକଣା : ଭୁବନେଶ୍ୱର -୨୧ ଦୂରଭାଷ : ୯୩୩୮୫୮୪୮୫୭

Post a Comment

0Comments
Post a Comment (0)