ଦେଶକୁ ସ୍ୱାଧୀନ କଲ ହେ ତୁମେ
ଲାଠି ମାଡ଼ ଖାଇ ଖାଇ ।
ଖଦଡ଼ ଲୁଗା ପିନ୍ଧି ବାହାରିଲ
ବାପୁ ନାମେ ଚିହ୍ନା ଦେଇ ।।

ସମ୍ବଲପୁରରେ ପୂଜା ପାଉଅଛ
ଭାତରା ଗ୍ରାମରେ ଥାଇ ।
ସଭିଙ୍କ ହୃଦୟେ ସ୍ଥାନ ଭରିଛ
ଜାତୀୟ ପିତା ବୋଲାଇ ।।

ଦେଶକୁ ସ୍ୱାଧୀନ କରିବା ପାଇଁ
ଦଳପତିର ନେତୃତ୍ୱ ନେଲ ।
ସତ୍ୟ ଅହିଂସା ଆନ୍ଦୋଳନ କରି
ଏ ଦେଶକୁ ରକ୍ଷା କଲ ।।

କିଏ ଜାଣିଥିଲା ତୁମ ପାଖରେ
ଭାରତ ଋଣୀ ରହିବ ।
ସରଳ ଜୀବନ ଉନ୍ନତ ମନକୁ
ବିଶ୍ୱ ପ୍ରଶଂଶା କରିବ ।।

'କହିବା ଆଗରୁ କରିବା ଠିକ୍'
ସଭିଙ୍କୁ ବାରତା ଦେଲ ।
କସ୍ତୁରଵାଙ୍କୁ ଲୁଣ ଛାଡ଼ କହି
ନିଜେ ଲୁଣ ଛାଡି ଦେଲ ।।

ଅକ୍ଟୋବର ୨ ଜୟନ୍ତୀରେ ତୁମ
ଏକାଠି ହୋଇ ସରବେ ।
ତୁମରି କଥା ଆଲୋଚନା କରୁ
ରୁହ ସଦା ଆମ ଆଗେ ।।

ତୁମେ ହିଁ ହେଉଛୁ ଜାତିର ପିତା
ଧନ୍ୟ ହେ ମହାତ୍ମା ଗାନ୍ଧୀ ।
କରେ ଏଠାରୁ ପ୍ରଣାମ ତୁମକୁ
ଦିଅ ସଦା ସଦବୁଦ୍ଧି ।।


ରଚନା : ରୁଦ୍ରରୂପା ଵ୍ରହ୍ମା

ଠିକଣା : ପିତା- ଶ୍ରୀ ରଞ୍ଜନ କୁମାର ଵ୍ରହ୍ମା, ଶିକ୍ଷକ,
ହାଇସ୍କୁଲ ସାହି, ଚିକିଟୀ ଗଡ଼, ଗଞ୍ଜାମ,  ଦୂରଭାଷ : 9437858788