
ତୁମକୁ ପାଇବା ପାଇଁ
ଦୁଃଖ ସୁଖ ସବୁ ଯେତେ ଆସିଲେ ବି
ତୁମକୁ ଭୁଲିବି ନାହିଁ ।
ଦୀନ ହୀନ ଆଜି ପ୍ରେମରେ ତୁମର
ଭିକ୍ଷା ଥାଳ ଧରି ଠିଆ,
ଦରଶନେ ତୁମ ସବୁ ଦୁଃଖ ଶୋକ
ତେଜିବି ମୋହର କାୟା ।।
ସଂସ୍ଥାର ରଥକୁ ଟାଣିବାକୁ ସିନା
ଲୋଡ଼ା ତୁମ ଉପସ୍ଥିତ
ତୁମବିନା ମୋର ଆଉ କେହି ନାହିଁ
ଭୁଲିଛି ମୋ ହିତା ହିତ । 
