ସ୍ଵସ୍ଵାର୍ଥେ ଦିଅନ୍ତି ଧ୍ୟାନ ।
କାର୍ଯ୍ୟ ହାସଲରେ ବନ୍ଧୁତା ରଖନ୍ତି
ତ୍ୟଜି ମାନ ଅଭିମାନ ॥
ପ୍ରେମ ଇସାରାରେ ମନ ମୋହିଥାନ୍ତି
ଘୃଣ୍ୟ ଭାବ ଅନ୍ତେ ରଖି ।
ଉପରେ ଦିଅନ୍ତି ଦେଖାଣିଆ ହସ
ପରେ ଧୋକା ଦିଏ ଆଖି ॥
ବିପଦରେ ଯେବେ ନେହୁରା ହୋଇବ
ସାହାଯ୍ୟ ଟିକିଏ ପାଇଁ ।
ନିରାଶ ମୁଖରେ ଫେରିଯିବ ସିନା
ଉତ୍ତର ପାଇବ ନାହିଁ ॥
ଏଡେ ସ୍ଵାର୍ଥପର ମଣିଷ ଏମାନେ
ପଶୁଠାରୁ ମଧ୍ୟ ହୀନ ।
ନିମକହାରାମି କରନ୍ତି ତୁମକୁ
ସରିଯାଏ ଯେବେ ଦିନ ॥
କେତେ ସୁମଧୁର କଥାରେ ମୋହନ୍ତି
ଦେଖାଇ ବାଙ୍କ ଚାହାଣୀ ।
ସ୍ୱାର୍ଥ ସରିଗଲେ ବାହୁଡି ଯାଆନ୍ତି
ଭୁଲି ବନ୍ଧୁତ୍ଵର କାହାଣୀ ॥
ଆହେ ଭଗବାନ ! କି ଦେଲ ଜୀବନ
ଏମିତିକା ବନ୍ଧୁ ଗଢ଼ି ।
ଜୀବନ ନଈରେ ବିଶ୍ୱାସ ନୌକା କୁ
ଦିଅନ୍ତି ଅଧାରୁ ଛାଡ଼ି ॥
0 Comments
You can write now your valuable comments here. Off-topic comments may be removed or deleted without prior notice.