କବିତା - ସୁର୍ମେଇଁ ସଞ୍ଜେ ଉଛୁଳାଅ ନାହିଁ - ତପନ ଦୀକ୍ଷିତ (ବେଳାଭୂମି)

0

ଆହତ ପକ୍ଷୀର ସ୍ୱର ମୁଁ ଯେ ଏକ
ବେଦନାର କଳରବ
ଜନଶୂନ୍ୟ ଏକ ମରୁ ନିରିଜନେ
ଯନ୍ତ୍ରଣାର ଅନୁଭବ,
ବ୍ୟର୍ଥ ପ୍ରଣୟ ପିୟୁଷ ଆଶାରେ
ସ୍ୱପ୍ନ ସାରିଛି ଭୁଲି
ତୃଷ୍ଣା ମରୁରେ ଆଞ୍ଜୁଳୀ ଭରା
ହତାଶାର ମରୁବାଲି,
ସୁର୍ମେଇଁ ସଞ୍ଜେ ଉଛୁଳାଅ ନାହିଁ
ଆଉ ସେଇ ଯଉବନ
ତର୍କ କରନା ପ୍ରଥା-ବ୍ୟଥା ନେଇ
ଜର୍ଜରିତ ଏ ଦୀନ
ରିକ୍ତ କାମନା ତିକ୍ତ ବାସନା
ଶିକ୍ତ ବେଦନା ମତି
କବନ୍ଧ ସମ କବଳିତ କରେ
ନୀଳ ନିରିଜନ ରାତି,
(ଆଜି) ଅଧର ବୁଝେନା ଅହିଫେନ ଅବା
ଅମରାବତୀର ସୁରା
କଣ୍ଠ ଆକଣ୍ଠ ଲୁଣ୍ଠନେ ରତ
ବିଗଳିତ ଅଶ୍ରୁ ଧାରା ।।


ରଚନା : ତପନ ଦୀକ୍ଷିତ(ବେଳାଭୂମି)

ଠିକଣା : ନାସିକେଶ୍ୱର, କାକଟପୁର, ପୁରୀ ଦୂରଭାଷ : 9537400744

Post a Comment

0Comments
Post a Comment (0)