ସରି ସରି ଗଲା ଜୀବନ ପ୍ରଦୀପ
          ଲିଭି ହେବ ଯେ ପାଉଁଶ 
ଘୋଟି ଆସିଲାଣି ମୋ ଜୀବନ କକ୍ଷେ
           ଅମାବାସ୍ୟାର ଉଆଁସ (୦)
ସାରା ଜୀବନରେ କଲି ଅପକର୍ମ 
           ଶେଷ ବେଳେ ହୁଏ ଭାଳି 
ପାଦ ଚାଲୁନାହିଁ ହାତ ଉଠୁନାହିଁ 
         ମିଳୁଅଛି କେତେ ଗାଳି 
ମୋ ଜୁଈ ଜଳିବା ସମୟ ଆସିଲା
        ଲୋକ ମୂଖେ ଆସେ ହସ(୧)
ବାହୁ ବଳ ମୋର ମିଳେଇ ଯାଇଛି 
         ଗର୍ବ ଦର୍ପ ଚୁର୍ଣ୍ଣ ହେଲା
ଚାହୁଁ ଚାହୁଁ ଦିନ ଗଡିଯାଇ ପୁଣି
          ଜୀବନ ଶେଷ ହୋଇଲା
ଏ ଜୀବ ଦ୍ଦଶାରେ ହରକତ କରି
       ମିଳୁଥିଲା ଅପଯଶ (୨)
ହେ ଚକା ନୟନ କର୍ଣ୍ଣ ଦେଇ ଶୁଣ
        ମୋ ପରି ପାପିଷ୍ଠ ନାହିଁ 
ନିଜେ କଲା କର୍ମ ନିଜେ ଭଗୁଅଛି
         ସଂସାର ନିୟମ ଏହି
ମାନ ଅଭିମାନ ତେଜ୍ୟା କରିଦେଲି 
         କର ପ୍ରଭୁ ମୋ ବିନାଶ(୩)

ମାନସ ରଞ୍ଜନ ପଟ୍ଟନାୟକ 
ସଂପାଦକ -ମାଟିର ମହକ, ସାକ୍ଷୀଗୋପାଳ,ପୁରୀ